ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନିରାକାରପୁର କଲେଜ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ
ନିରାକାରପୁର,୧୬/୭(ସମ୍ବାଦ ଓଡ଼ିଶା,ସ୍ୱାଗତିକା ପାହାଡସିଂହ)
:ଜୀବନ ଯୁଦ୍ଧରେ ହାରି ଯାଇ ଥିବା ସୌମ୍ୟାଶ୍ରୀ ଙ୍କ ପାଇଁ ଶୋକ ସଭା ଓ ମହମବତୀ ଜାଳି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ଛାତ୍ର ଛାତ୍ରୀ।ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଘଟଣାରେ ଚିକିତ୍ସାଧୀନ ଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ନ୍ୟାୟ ମିଳିବା ଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ର ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଥିବାବେଳେ ନିରାକାରପୁର କଲେଜ ଛାତ୍ରଛାତ୍ରୀ କଲେଜ ପରିସରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ମହବତୀ ଜଳାଇ ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ମାନେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଛାତ୍ର ସଂଗଠକ କାର୍ତ୍ତିକ ସାମନ୍ତରାୟ , ରୋପିତା ଚଂପତି , ସତ୍ୟ ପ୍ରିୟ ପ୍ରଧାନ, କାଜଲ ମଙ୍ଗରାଜ୍, ବିଭୂତି ଭୂଷଣ ରଣବିର୍, ବୈଶାଖୀ, ସୃତି ପରିଡ଼ା, ବାବୁଲ ଓ ମାମାଲି ପ୍ରଧାନ ପ୍ରମୁଖଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲି।

