Sambad Odisha

ରାଜନୀତି ରାଜ୍ୟ

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡ଼ି

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ, ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡ଼ି

ଭୁବନେଶ୍ବର,୭/୭(ସମ୍ବାଦ ଓଡ଼ିଶା ): ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ସ୍ୱାଧୀନ ତଦନ୍ତ ଦାବିରେ ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟରେ ଫେରାଦ ହେଲା ବିଜେଡି ପ୍ରତିନିଧି । କିଛି ଦିନ ତଳେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଚରିତ୍ର ସଂହାର କଲା ପରି କଟୁ ମନ୍ତବ୍ୟ ଦେଇଥିଲେ ନୀଳଗିରି ବିଧାୟକ । ଏନେଇ ଭୁବନେଶ୍ୱର ମହିଳା ଥାନାରେ ଵି ମାମଲା ରୁଜୁ ହୋଇଛି । ତେବେ ବର୍ଷ ପୂର୍ତ୍ତି ପାଳନ କରୁଥିବା ବିଜେପି ସରକାର ଏ ଯାଏଁ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତି କରି ନାହାନ୍ତି ଯାହାକୁ ନିନ୍ଦା କରି ଭାରପ୍ରାପ୍ତ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ବିଜେଡି ।ସନ୍ତୋଷ ଖଟୁଆଙ୍କ ଗିରଫଦାରୀ ମଧ୍ୟ ଦାବି କରିଛି ବିଜୁ ଜନତା ଦଳ । ବିଜେପି ସରକାରରେ ମହିଳା ଅସୁରକ୍ଷିତ ଥିବା ବିଜେଡି ଅଭିଯୋଗ କରିଛି । ବିଜୁ ପଟ୍ଟନାୟକ ମହିଳାଙ୍କ ଅଧିକାର ପାଇଁ ଲଢ଼ିଥିଲେ । ନବୀନ ପଟ୍ଟନାୟକ ମହିଳାଙ୍କୁ ସମ୍ମାନ ଦେଇଥିଲେ । ଲେଖାଶ୍ରୀ ମଧ୍ୟ ନିଜ ସୁରକ୍ଷା ଦାବି କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଚାର କରିବେ ବୋଲି କହିଛନ୍ତି ।

admin

admin

About Author

Leave a comment

Your email address will not be published. Required fields are marked *