ବାଇକ ଉଦ୍ଧାର, ଚୋରା ଗିରଫ: ବାଇକ ଫେରି ପାଇଲେ ମାଲିକ
ନିରାକାରପୁର,୨୪/୨(ସମ୍ବାଦ ଓଡ଼ିଶା)
: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପୋଲିସ କେସ ନଂ ୨୩/ ୨୧/୧/୨୬ ର ଅନୁସନ୍ଧାନ କରି ଆଜି ଜଣେ ବାଇକ ଚୋର କୁ ଗିରଫ କରିଥିବାବେଳେ ଗୋଟିଏ ବାଇକ ଉଦ୍ଧାର କରି ତାର ପ୍ରକୃତ ମାଲିକକୁ ହସ୍ତାନ୍ତର କରିଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ଥାନା ଏସ ଆଇ ଦୀପଳିଶା ନାୟକ ବିଶେଷ ସୂତ୍ରରୁ ଖବର ପାଇ ବେଗୁନିଆ ଥାନା କଡବ ଦେଉଳି ଗ୍ରାମର ରାଜେଶ ସେଠୀ କୁ ବାଇକ ଚୋରୀ ମାମଲାରେ ଗିରଫ କରିବା ସହିତ ଏକ ଚୋରା ବାଇକ ଉଦ୍ଧାର କରିଥିଲେ। ଆଜି ଏସ ଆଇ ଶ୍ରୀମତୀ ନାୟକ ହରିରାଜପୁର କାକୁଡିଆ ଗ୍ରାମର ବାଇକ ମାଲିକ ମନୋଜ କୁମାର ଦାସଙ୍କୁ ତାଙ୍କ ବାଇକ ହସ୍ତାନ୍ତର କରି ଚୋରକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।କିଛି ଦିନ ପୂର୍ବରୁ ଏସ ଆଇ ଶ୍ରୀମତୀ ନାୟକ ୧୫ ଟି ଚୋରା ବାଇକ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ପ୍ରଶଂସା ର ପାତ୍ର ହୋଇଥିଲେ।

