Sambad Odisha

ରାଜ୍ୟ ସ୍ପେଶାଲ

ନୂଆଗଡ଼ରେ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ: ୫୦୦ରୁ ଅଧିକ ରୋଗୀ ଉପକୃତ

ନୂଆଗଡ଼ରେ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ: ୫୦୦ରୁ ଅଧିକ ରୋଗୀ ଉପକୃତ

ଖୋର୍ଦ୍ଧା,୨୨/୩(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମପଞ୍ଚାୟତରେ ଏକ ଭବ୍ୟ ମାଗଣା ସ୍ୱାସ୍ଥ୍ୟସେବା ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ନୂଆଗଡ଼ ସ୍ୱୟଂ ସେବକ ସଂଘ ଏବଂ ଅନ୍ନପୂର୍ଣ୍ଣା ଫାଇନାନ୍ସର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଜନହିତକର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ନପୂର୍ଣ୍ଣା ଫାଇନାନ୍ସର ସି.ଓ.ଓ ତଥା ବିଶିଷ୍ଟ ସମାଜସେବୀ ଡ. ସଞ୍ଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଡ. ପଟ୍ଟନାୟକ ଯୁବ ସମାଜକୁ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେଇ କହିଥିଲେ ଯେ, “ନିଜ ସହିତ ପରିବାର ଓ ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ସୁସ୍ଥ ଶରୀର ପାଇଁ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଦୈନିକ ଏକ ଘଣ୍ଟା ବ୍ୟାୟାମ କରିବା ଉଚିତ।”ଶିବିରରେ ବିଶେଷଜ୍ଞ ଡାକ୍ତରଙ୍କ ସେବା ଏହି ଶିବିରରେ ବିଭିନ୍ନ ବିଭାଗର ଅଭିଜ୍ଞ ଭେଷଜ ବିଶେଷଜ୍ଞ: ଡାକ୍ତର ଗଣପତି ପ୍ରଧାନ,ସ୍ତ୍ରୀ ରୋଗ ବିଶେଷଜ୍ଞ: ଡାକ୍ତର କବିତା ଛନନିଆ,ଅସ୍ଥିଶଲ୍ୟ ବିଶେଷଜ୍ଞ: ଡାକ୍ତର ହିମାଂଶୁ ଭୂଷଣ ବେହେରା, ଚର୍ମରୋଗ ବିଶେଷଜ୍ଞ: ଡାକ୍ତର ତପନ କୁମାର ସେଠୀ, ଶିଶୁରୋଗ ବିଶେଷଜ୍ଞ: ଡାକ୍ତର ପ୍ରତ୍ୟୁଷ ପାତ୍ର ପ୍ରମୁଖ ଉପସ୍ଥିତ ରହି ନୂଆଗଡ଼ ସମେତ ଆଖପାଖ ପାଞ୍ଚଟି ପଞ୍ଚାୟତରୁ ୫୦୦ରୁ ଅଧିକ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେମାନଙ୍କୁ ମାଗଣାରେ ଉନ୍ନତ ମାନର ଔଷଧ ଯୋଗାଇ ଦିଆଯିବା ସହ ରକ୍ତ ନମୁନା ପରୀକ୍ଷାର ମଧ୍ୟ ସୁବିଧା କରାଯାଇଥିଲା।ସମ୍ମାନିତ ଅତିଥି ଓ ସହଯୋଗ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୂଆଗଡ଼ ସରପଞ୍ଚ ଶ୍ରୀଯୁକ୍ତ ରଘୁନାଥ ମାଝୀ, ସମିତି ସଭ୍ୟା ଶ୍ରୀମତୀ ଗୀତାଞ୍ଜଳି ପାଟ୍ଟଶାଣୀ, ପୂର୍ବତନ ସରପଞ୍ଚ ଗିରିଶ ଚନ୍ଦ୍ର ମହାରଣା,ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚନ୍ଦ୍ରକାନ୍ତି ଦେଇ, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ରାଣୀ ସାହୁ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆୟୋଜକଙ୍କୁ ପ୍ରଶଂସା କରିଥିଲେ। ନୂଆଗଡ଼ ସ୍ୱୟଂ ସେବକ ସଂଘର ସଭାପତି ଶ୍ରୀ ମନୋରଞ୍ଜନ ମୁଦୁଲି, ସମ୍ପାଦକ ସମୀର ଜେନା, ଉପଦେଷ୍ଟା ପ୍ରଣବ କିଶୋର ମହାନ୍ତି, ରବୀନ୍ଦ୍ର କୁମାର ମାର୍ଥା, ଭାଗିରଥୀ ପାଇକରାୟ, ତରଣୀ ସେନ ଦଳାଇ ଏବଂ ସଂଘର ୫୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଅକ୍ଳାନ୍ତ ପରିଶ୍ରମରେ ଶିବିରଟି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।

admin

admin

About Author

Leave a comment

Your email address will not be published. Required fields are marked *