Sambad Odisha

ରାଜ୍ୟ

ନିରାକାରପୁର ପଞ୍ଚାୟତ ଶିଶୁ ମେଳା ୨୦୨୫

ନିରାକାରପୁର ପଞ୍ଚାୟତ ଶିଶୁ ମେଳା ୨୦୨୫

ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣ ର ବିକାଶ ପାଇଁ ଆମ ସମସ୍ତଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ 

ନିରାକାରପୁର, ୧୭/୮(ସମ୍ବାଦ ଓଡ଼ିଶା): ଆଜିର ଶିଶୁ ଆସନ୍ତା କାଲି ଭବିଷ୍ୟତ। ଶିଶୁମାନଙ୍କ ପ୍ରତିଭାର ପରିପ୍ରକାଶ କରି ଲୋକଲୋଚନକୁ ଆଣିବା ଓ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରି ସେମାନଙ୍କୁ ଉତ୍ସାହିତ କରିବା ଏହି ଶିଶୁ ମେଳା କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଞ୍ଚାୟତ ପରିସରରେ ଅନୁଷ୍ଠିତ ଶିଶୁ ମେଳା ୨୦୨୫ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଅନୁଷ୍ଠିତ ସଭାରେ ସମାଜସେବୀ ଶୁଭମ ଦାଶ ଅଧ୍ୟକ୍ଷତା କରିଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅଭିଲେଖାଧକ୍ଷ , ରିସର୍ଭ ବ୍ୟାଙ୍କ୍ ଅଫ ଇଣ୍ଡିଆ ଶ୍ରୀଯୁକ୍ତ ସରୋଜ କୁମାର ସାହୁ ,ମୁଖ୍ୟ ବକ୍ତା ଭାବେ ସମାଜସେବୀ ସଞ୍ଜୟ କୁମାର ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବେ ଜ୍ୟୋତିର୍ବିଦ, ସାହିତ୍ୟିକ ଡ଼ଃ ବିଭୁଦାନନ୍ଦ ଶତପଥୀ, ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରସନ୍ନ କୁମାର ନନ୍ଦ, ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ସରପଞ୍ଚ କାଦମ୍ବିନୀ ବେହେରା ଓ ସମିତି ସଭ୍ୟା ଲୋପାମୁଦ୍ରା ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତି ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯିବ ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *