Sambad Odisha

ରାଜ୍ୟ ଶିକ୍ଷା

ଉଚ୍ଚସ୍ତରୀୟ କମିଟି ସହିତ ଓଡ଼ିଶା କଲେଜ ଲାଇବ୍ରେରିଆନ ସଂଘର ଆଲୋଚନା

ଉଚ୍ଚସ୍ତରୀୟ କମିଟି ସହିତ ଓଡ଼ିଶା କଲେଜ ଲାଇବ୍ରେରିଆନ ସଂଘର ଆଲୋଚନା

ଭୁବନେଶ୍ଵର, ୧୬/୨(ସମ୍ବାଦ ଓଡ଼ିଶା): ଉଚ୍ଚସ୍ତରୀୟ କମିଟିର ଚିଠି ନଂ ୧୬୪ / ୧୬.୨.୨୬ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଅନୁଦାନ ପ୍ରାପ୍ତ କଲେଜ ଲାଇବ୍ରେରିଆନ ସଂଘ ସହିତ କମିଟିର ଅଧ୍ଯକ୍ଷ ଆଇଏଏସ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଓ କମିଟି ଆବାହକ ସଦସ୍ୟ ଓଇଏସ ଡ ସନାତନ ପଣ୍ଡାଙ୍କ ଆବାହକତ୍ୱରେ ଏକ ଆଲୋଚନାଚକ୍ର ତୋଷାଳୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ରାଜ୍ୟରେ ଥିବା ଅନୁଦାନପ୍ରାପ୍ତ କଲେଜର ଲାଇବ୍ରେରିଆନ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ବର୍ତ୍ତମାନ କଲେଜ ଗୁଡିକରେ କାର୍ଯ୍ୟରତ ଥିବା ଲାଇବ୍ରେରିଆନଙ୍କ ବିଭିନ୍ନ ଦାବି ସମ୍ପର୍କରେ ଉଚ୍ଚ ସ୍ତରୀୟ କମିଟି ସଂଘର କର୍ମକର୍ତ୍ତା ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ନିର୍ଦ୍ଧିଷ୍ଟ ଦାବି ସମ୍ପର୍କରେ ତର୍ଜମା କରିଥିଲେ। ସଂଘ ସାଧାରଣ ସମ୍ପାଦକ ତ୍ରିଲୋଚନ ପଣ୍ଡା, କାର୍ଯ୍ୟକାରୀ ସଭାପତି ହୃଷୀକେଶ ମିଶ୍ର, ସହ ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ଗଣମାଧ୍ୟମ ସଂଯୋଜକ ହିମାଂଶୁ ଭୁଷଣ ଚମ୍ପତିରାୟ ପ୍ରମୁଖ ସଂଘର ବିଭିନ୍ନ ଦାବୀ ସଂପର୍କରେ ସହୃଦୟତାର ସହ ବିଚାର କରିବାକୁ ଉଚ୍ଚସ୍ତରୀୟ କମିଟିକୁ ଅନୁରୋଧ କରିଥିଲେ। କମିଟି ଉକ୍ତ ଦାବିକୁ ଗୁରୁତର ସହିତ ବିଚାରକୁ ନେଇ ଏକ ସକାରାତ୍ମକ ସୁପାରିଶ ରାଜ୍ୟ ସରକାରଙ୍କୁ କରିବ ବୋଲି ସଂଘକୁ ଅବଗତ କରାଇଛନ୍ତି। ଏହି ଆଲୋଚନା ବେଶ ସକାରାତ୍ମକ ହୋଇଥିଲା ବୋଲି କହିବା ସହିତ ଓଡ଼ିଶା ଲାଇବ୍ରେରିଆନ ସଂଘର ଅନ୍ୟ କର୍ମକର୍ତ୍ତା ଓ ସଭ୍ୟ ମାନଙ୍କର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ସଂଘକୁ ସଫଳତା ଆଣିବ ବୋଲି ସଂଘ ସାଧାରଣ ସମ୍ପାଦକ ଶ୍ରୀ ପଣ୍ଡା ଗଣମାଧ୍ୟମକୁ ଜଣାଇଛନ୍ତି।

admin

admin

About Author

Leave a comment

Your email address will not be published. Required fields are marked *