Sambad Odisha

ବ୍ୟବସାୟ

ଆଉ କିଛି ଦିନ ଭିତରେ ଲକ୍ଷେ ଟପିବ ସୁନାଦର !

ଭୁବନେଶ୍ୱର: ହୁ ହୁ ହେଇ ବଢ଼ି ଚାଲିଛି ସୁନା ଦର । ରୋକିବା ନାଁ ଧରୁନି କି ଦର କମିବାରେ ବି କୌଣସି ସଂକେତ ବି ଦେଖାଯାଉନାହିଁ । ଲାଗୁଛି ଆଉ ଦୁଇ କି ୩ ଦିନ ମଧ୍ୟରେ ସୁନା ଦର ଲକ୍ଷେ ପାର୍ କରିବ। ତେଣୁ ଗ୍ରାହକଙ୍କୁ ସୁନା କିଣିବାକୁ ଡର ଲାଗୁଛି। ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଆଜି ୯୭ ହଜାର ଟଙ୍କା ଟପି ଆଉ ଏକ ନୂଆ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର। ଭୁବନେଶ୍ୱର ବଜାରରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୪୦ ଟଙ୍କା ବୃଦ୍ଧି ହୋଇଛି। ଏଥି ସହିତ ସୁନା ଦର ୯୭ ହଜାର ୩୧୦ ଟଙ୍କାରେ ପହଞ୍ଚିଛି। ସେହିପରି ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୧୦୫୦ ଟଙ୍କା ବଢ଼ି ୮୯ ହଜାର ୨୦୦ ଟଙ୍କା ହୋଇଛି।

ସେହିପରି କଟକରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୩୧୦ ଟଙ୍କାରେ ପହଞ୍ଚିଛି। ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୮୯ ହଜାର ୨୦୦ ଟଙ୍କା ହୋଇଛି। ସେହିପରି ତକାଲି ଦିଲ୍ଲୀରେ ସୁନା ଦର ଥିଲା ୧୦ ଗ୍ରାମକୁ ୯୮, ୧୦୦ ଟଙ୍କା । ଚଳିତ ବର୍ଷ ଆରମ୍ଭରୁ ସୁନା ଦର ୨୪ ପ୍ରତିଶତ ବୃଦ୍ଧି ପାଇଛି ।

admin

admin

About Author

Leave a comment

Your email address will not be published. Required fields are marked *

You may also like

ବ୍ୟବସାୟ ରାଜ୍ୟ

ଅଚିହ୍ନା ରୋଗରେ କୁକୁଡ଼ା ଫାର୍ମ କୁକୁଡ଼ା ଶୂନ୍ୟ ହେଉଛି: ନମୁନା ପରୀକ୍ଷା ପାଇଁ ଭୋପାଳ ଯାଇଛି

ଅଚିହ୍ନା ରୋଗରେ କୁକୁଡ଼ା ଫାର୍ମ କୁକୁଡ଼ା ଶୂନ୍ୟ ହେଉଛି: ନମୁନା ପରୀକ୍ଷା ପାଇଁ ଭୋପାଳ ଯାଇଛି ନିରାକାରପୁର,୧୯/୭(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳର କୁକୁଡ଼ା ଫାର୍ମ