Sambad Odisha

ରାଜ୍ୟ ଶିକ୍ଷା

ଅରୋମିରା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀ ଶୃଙ୍ଖଳିତ ହେଲେ ସମାଜର ପରିବର୍ତ୍ତନ ସମ୍ଭବ

ଅରୋମିରା ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଛାତ୍ରଛାତ୍ରୀ ଶୃଙ୍ଖଳିତ ହେଲେ ସମାଜର ପରିବର୍ତ୍ତନ ସମ୍ଭବ

ନିରାକାରପୁର, ୮/୩: ପାଠପଢା ବ୍ୟତୀତ ଜଣେ ଭଲ ମଣିଷ ହୋଇ ପାରିଲେ ତାହା ହିଁ ହେବ ଉଚିତ ଶିକ୍ଷା। ଛାତ୍ରଛାତ୍ରୀ ଶୃଙ୍ଖଳିତ ଓ ଚରିତ୍ରବାନ ହେଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଷ୍ଟେସନ ନିକଟସ୍ଥ ଅରୋମିରା ପବ୍ଲିକ ସ୍କୁଲ ବାର୍ଷିକ ଉତ୍ସବ ରେ ଉପସ୍ଥିତ ରହି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠିତ ସଭାରେ ସ୍କୁଲ ଚେୟାରମ୍ୟାନ ଦେବୀ ପ୍ରସାଦ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ପ୍ରତିଷ୍ଠାତା ରାମକୃଷ୍ଣ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଆଇନଷ୍ଟାଇନ ଇଞ୍ଜିନିୟରିଂ କଲେଜ ଅଧକ୍ଷ ଡ ଅବଦୁଲ କଲାମ , ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ ଓ ସମ୍ମାନୀତ ଅତିଥି ଭାବେ ସ୍କୁଲ ଅଧ୍ୟକ୍ଷା ରଞ୍ଜୁକ୍ତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ଶିକ୍ଷୟତ୍ରୀ ତପଶ୍ଵନୀ ବଳିଆର ସିଂହ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଶ୍ରୀନିବାସ ରାଉତରାୟ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଶିକ୍ଷୟତ୍ରୀ ସଙ୍ଗୀତା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ପ୍ରିୟଙ୍କା ପ୍ରଧାନ, ଇତିଶ୍ରୀ ରାଉତରାୟ, ମଧୁସ୍ମିତା ମିଶ୍ର ଓ ଜ୍ୟୋତିର୍ମୟୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *