Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ରାଜ୍ୟ

ରାଜଧାନୀରୁ ଅପହୃତ ଶିଶୁ ବାଲେଶ୍ଵରରୁ ଉଦ୍ଧାର

ଭୁବନେଶ୍ଵର: ୩ ଦିନ ପରେ ଉଦ୍ଧାର ହେଲା ରାଜଧାନୀରୁ ଚୋରି ଶିଶୁ ପୁତ୍ର। ଭୁବନେଶ୍ଵରରୁ ଅପହୃତ ଶିଶୁ ବାଲେଶ୍ଵର ଖନ୍ତାପଡାରୁ ଉଦ୍ଧାର ହୋଇଛି। ଏଥିସହ ପୁଲିସ୍ ଶିଶୁ ଅପହରଣକାରୀକୁ ଗିରଫ କରିଛି। ଅପହରଣର ୫୦ ଘଣ୍ଟା ପରେ ପ୍ରାୟ ୮ଟି ସିସି ଟିଭି ଯାଞ୍ଚ କରିବା ପରେ ପୁଲିସ୍ କୁ ଏହି ସଫଳତା ମିଳିଛି। ଶିଶୁଟିକୁ ଉଦ୍ଧାର ପୂର୍ବରୁ ପୁଲିସ୍ ହାତରେ ସିସି ଟିଭି ଫୁଟେଜ୍ ଲାଗିଥିଲା। ଫୁଟେଜରେ ପିଲା ଟିକୁ ଅପହରଣକାରୀ ଧରି ଯାଉଥିବାର ଦୃଶ୍ୟ ସ୍ପଷ୍ଟ ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ରାଜଧାନୀ ରାମ ମନ୍ଦିର ନିକଟରୁ କିଛି ଦୁର୍ବୁତ୍ତ ଜଣେ ଜଣେ ଦୃଷ୍ଟି ବାଧିତ ମହିଳାଙ୍କ କୋଳରୁ ପିଲା ଚୋରି କରିନେଇଥିଲେ। ସମ୍ପୃକ୍ତ ମହିଳା ଜଣକ ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଆଜି ବାଲେଶ୍ଵରରୁ ଅପହୃତ ଶିଶୁ ଟିକୁ ଉଦ୍ଧାର କରାଯାଇଛି। ତେବେ ଅଭିଯୁକ୍ତ ଜଣକ କେଉଁ ଉଦ୍ଦେଶ୍ୟରେ ଶିଶୁଟିକୁ ଚୋରି କରିଥିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ମିଳିଥିବା ସୂଚନା ଅନୁଯାୟୀ  ମହିଳା ଜଣକ ରାମ ମନ୍ଦିର ନିକଟରେ ଭିକ୍ଷାବୃତ୍ତି ସହିତ ବିଭିନ୍ନ ସମାଗ୍ରୀ ବିକ୍ରି କରି ପରିବାର ପୋଷଣ କରନ୍ତି। ତାଙ୍କର ଏକ ଦେଢ଼ ବର୍ଷର ଶିଶୁ ଏବଂ ଆଉ ଏକ ୪ ବର୍ଷର ଶିଶୁକନ୍ୟା ରହିଛନ୍ତି।

admin

About Author

Leave a comment

Your email address will not be published. Required fields are marked *