Sambad Odisha

ରାଜ୍ୟ ଶିକ୍ଷା

ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଅମୃତପିଢ଼ି ସାରସ୍ୱତ ସମାରୋହ’ ଅନୁଷ୍ଠିତ

ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଅମୃତପିଢ଼ି ସାରସ୍ୱତ ସମାରୋହ’ ଅନୁଷ୍ଠିତ

ଖୋର୍ଦ୍ଧା,୧୧/୪( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା କମାଗୁରୁସ୍ଥିତ ପ୍ରକୃତି ବିହାର ପରିସରଭୁକ୍ତ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଓଡ଼ିଆ ପର୍ବ-୨୦୨୬’ ଉପଲକ୍ଷେ ‘ଅମୃତପିଢ଼ି ସାରସ୍ୱତ ସମାରୋହ’ ଅତ୍ୟନ୍ତ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଯୁବ ରେଡକ୍ରସ, ଜାତୀୟ ସେବା ଯୋଜନା, ରୋଭର/ରେଞ୍ଜର ବିଭାଗ ଏବଂ ଇକୋ କ୍ଲବର ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଏହି ସାରସ୍ୱତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଧାଂଶୁ ଶେଖର ମହାନ୍ତି ପୌରହିତ୍ୟ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଜମ୍ବେଶ୍ୱର ଜୁଝାରସିଂହ ମଞ୍ଚ ସଞ୍ଚାଳନ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷକ ନେତା ତଥା ସାମ୍ବାଦିକ ପଦ୍ମନାଭ ବିଶ୍ୱାଳ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପ୍ରବକ୍ତା ତଥା ପୂର୍ବତନ ଜିଲ୍ଲା ଖାଉଟି କମିଶନ ନାରାୟଣ ମହାପାତ୍ର, ଏବଂ ସମ୍ମାନୀତ ଅତିଥି ଭାବେ ଅଧ୍ୟାପିକା ଡ. ରେଣୁବାଳା ସାମନ୍ତରାୟ ଯୋଗ ଦେଇଥିଲେ। ଅତିଥିମାନେ ନିଜ ଅଭିଭାଷଣରେ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ତଥା ସାମ୍ପ୍ରତିକ ପିଢ଼ି ମଧ୍ୟରେ ଏହାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି ‘ଅମୃତପିଢ଼ି’ର ଛାତ୍ରଛାତ୍ରୀମାନେ କିଭଳି ନିଜ ମାତୃଭାଷାକୁ ନେଇ ଗର୍ବିତ ହେବେ, ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା।ଶେଷରେ ବିଦ୍ୟାଳୟର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଅଧ୍ୟାପକ ଶ୍ୟାମ ସୁନ୍ଦର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।ଏହି ଉତ୍ସବ ସ୍ଥାନୀୟ ଅଞ୍ଚଳରେ ଏକ ବୌଦ୍ଧିକ ଓ ସାଂସ୍କୃତିକ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଛି।

admin

admin

About Author

Leave a comment

Your email address will not be published. Required fields are marked *