Sambad Odisha

ଅପରାଧ ରାଜ୍ୟ

ଖୋର୍ଦ୍ଧା ଅବକାରୀ ବିଭାଗର ବଡ଼ ଧରଣର ସଫଳତା: ଗୋଟିଏ ଦିନରେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୩ ଗିରଫ

ଖୋର୍ଦ୍ଧା ଅବକାରୀ ବିଭାଗର ବଡ଼ ଧରଣର ସଫଳତା: ଗୋଟିଏ ଦିନରେ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୩ ଗିର

ଖୋର୍ଦ୍ଧା,୧୦/୪(ସମ୍ବାଦ ଓଡ଼ିଶା) : ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗକୁ ଶୁକ୍ରବାର ଦିନ ଦୁଇଟି ପୃଥକ ଚଢ଼ାଉରେ ଏକ ବଡ଼ ସଫଳତା ମିଳିଛି। ଟାଙ୍ଗୀ ଏବଂ ଖୋର୍ଦ୍ଧା ଅବକାରୀ ରେଞ୍ଜ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୧ କୋଟି ୨୨ ଲକ୍ଷ ଟଙ୍କାର ଗଞ୍ଜେଇ ସମେତ ଦୁଇଟି ଗାଡ଼ି ଜବତ କରାଯାଇଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଟାଙ୍ଗୀ ଅବକାରୀ ରେଞ୍ଜ ଅଧୀନସ୍ଥ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ରୋଡ୍ ଫୁଟବଲ ପଡ଼ିଆ ସମ୍ମୁଖରେ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଥିଲା। ଏକ ଟାଟା ଏସି ମାଲବାହୀ ଗାଡ଼ିରେ (OD-02-CK-8743) ନୟାଗଡ଼ରୁ ଜଙ୍କିଆ ଆଡ଼କୁ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ଟିମ୍ ଚଢ଼ାଉ କରିଥିଲେ। ଏହି ଗାଡ଼ିରୁ ୯୬୦ କିଲୋଗ୍ରାମ ଗଞ୍ଜେଇ, ଟାଟା ଏସି ଗାଡ଼ି ଏବଂ ଏକ ରେଡମି ସ୍ମାର୍ଟଫୋନ୍, ପ୍ରାୟ ୧,୦୧,୦୦,୦୦୦ ଟଙ୍କା ଓ ଗିରଫ ହୋଇଥିବା ବ୍ୟକ୍ତି ହେଲେ କାଳୁ ଚରଣ ଦାସ (୪୫), ପିତା- ସୁବଳ ଦାସ, ଜଟଣୀ ଗଜପତି ନଗର।ଏହି ଚଢ଼ାଉରେ ଟାଙ୍ଗୀ ରେଞ୍ଜ ପରିଦର୍ଶକ ଅଜିତ ପାତ୍ର, ଓଆଇସି ରମେଶ ଚନ୍ଦ୍ର ବାରିକ, ଏଏସଆଇ ରାମଚନ୍ଦ୍ର ଜେନା, ସମ୍ଭୁନାଥ ପାତ୍ର ଏବଂ କନଷ୍ଟେବଳ ଅଶେଷ ପ୍ରଧାନ, ମନୋଜ ଜୟସିଂହ ଓ ସସ୍ମିତା ସେଠୀ ସାମିଲ ଥିଲେ। ସେହିପରି ଅନ୍ୟ ଏକ ଘଟଣାରେ, ଆଜି ଭୋର ପ୍ରାୟ ୬ଟା ସମୟରେ ଖୋର୍ଦ୍ଧା ମଡେଲ ଥାନା ଅନ୍ତର୍ଗତ ମେଡିକାଲ ଛକ ନିକଟରେ ଅବକାରୀ ବିଭାଗ ଏକ ସୁଜୁକି ନେକ୍ସା ଗ୍ରାଣ୍ଡ ଭିଟାରା (OD-02-DM-0970) କାରକୁ ଅଟକାଇ ଯାଞ୍ଚ କରିଥିଲା।ସେଥିରୁ ୧୦୦ କିଲୋଗ୍ରାମ ଗଞ୍ଜେଇ ଏବଂ ବ୍ୟବହୃତ ଦାମୀ କାର୍। ଜବତ୍ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୧,୦୦,୦୦୦ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ବ୍ୟକ୍ତି ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳର ମହେଶ ମଲ୍ଲିକ (୨୧) ଏବଂ ପ୍ରକାଶ ପ୍ରଧାନ (୩୮)। ଖୋର୍ଦ୍ଧା ରେଞ୍ଜ ପରିଦର୍ଶକ ରାଧାକାନ୍ତ ଭୋଇଙ୍କ ନେତୃତ୍ୱରେ ଓଆଇସି ସୁଜିତ କୁମାର ମୁଦୁଲି, ଏଏସଆଇ ସମରେନ୍ଦ୍ର ସାମନ୍ତସିଂହାର ଏବଂ କନଷ୍ଟେବଳ ଟିଟୁ ସାହୁ, ଚିନ୍ମୟୀ ସେଠୀ, ସାନନ୍ଦ କୁଆଁର ଓ ପ୍ରଣବ ବେହେରା ଏହି ଚଢ଼ାଉ କରିଥିଲେ। ଅବକାରୀ ବିଭାଗ ପକ୍ଷରୁ ଉଭୟ ଘଟଣାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଏହି ଚୋରା କାରବାର ପଛରେ ଆଉ କାହାର ହାତ ଅଛି ସେ ନେଇ ପଚରାଉଚରା କରାଯାଉଛି।

admin

admin

About Author

Leave a comment

Your email address will not be published. Required fields are marked *