Sambad Odisha

ଅପରାଧ ରାଜ୍ୟ

ଘରୁ ଆଲମିରା ଭାଙ୍ଗି ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍: ତଦନ୍ତ ଜାରି

ଘରୁ ଆଲମିରା ଭାଙ୍ଗି ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍: ତଦନ୍ତ ଜାରି

ଖୋର୍ଦ୍ଧା,୬/୪(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂହ ଗ୍ରାମରେ ଏକ ବଡ଼ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ରାତିର ଅନ୍ଧକାରରେ ଘର ଭିତରେ ପଶି ଆଲମିରାରୁ ସୁନା, ରୂପା ଗହଣା ସହ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁଯାୟୀ, ଗତ ଅପ୍ରେଲ ୩ ତାରିଖ ବିଳମ୍ବିତ ରାତିରେ ଓଳସିଂହ ଗ୍ରାମର ନାରାୟଣ ବଳିୟାରସିଂହଙ୍କ ପରିବାର ଶୋଇଥିବା ସମୟରେ ଏହି ଲୁଟ୍ ହୋଇଛି । ପରିବାର ଲୋକେ ଶୋଇଥିବା ଅବସ୍ଥାରେ ଦୁର୍ବୃତ୍ତମାନେ ଘରର ଆଲମିରା ତାଡ଼ି ସେଥିରେ ଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇଛନ୍ତି ।ଅଭିଯୋଗ ପତ୍ର ଅନୁସାରେ ୨ଟି ସୁନା ହାର, ୨ଟି ଚେନ୍, ୫ଟି ରୁଦ୍ରାକ୍ଷ ସୁନା ଚେନ୍, ୧ ହଳ କାନଫୁଲ, ୧ ହଳ କାନ ଝୁମୁକା, ୧ ହଳ କାନଫାସି, ୨ଟି ମାଳି ଏବଂ ୧୦ଟି ସୁନା ମୁଦି , ୨ ହଳ ରୂପା ପାଉଞ୍ଜି ଏବଂ ୪ ହଳ ଚୁଡ଼ିଆ ‌ଓ ପ୍ରାୟ ୬୦,୦୦୦ ଟଙ୍କା ଚୋରି ହୋଇଛି। ଲୁଟ୍ କରିବା ପରେ ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଘର ଭିତରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ତେବେ ଘର ଭିତରେ ଅଧିକ ଧୂଆଁ ହେବା ଯୋଗୁଁ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ, ଯାହାଫଳରେ ଏକ ବଡ଼ ଅଘଟଣ ଟଳି ଯାଇଛି ।ଏ ନେଇ ଗୃହକର୍ତ୍ତା ନାରାୟଣ ବଳିୟାରସିଂହ ଜଙ୍କିଆ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପରିବାର ଲୋକେ ଆଶା ପ୍ରକଟ କରିଛନ୍ତି ।

admin

admin

About Author

Leave a comment

Your email address will not be published. Required fields are marked *