Sambad Odisha

ରାଜ୍ୟ ଶିକ୍ଷା

ଗୋଳବାଇ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଳବାଇ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖୋର୍ଦ୍ଧା,୨୨/୩(ସମ୍ବାଦ ଓଡ଼ିଶା) : ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଭଗବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସାମୂହିକ ସଫେଇ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ରଶ୍ମୀକାନ୍ତ କଳସଙ୍କ ପ୍ରଚେଷ୍ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ମହିଳା ସ୍ବେଛାସେବୀ ଯୋଗଦେଇ ବିଦ୍ୟାଳୟ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ।ଏହି ଅଭିଯାନ ମାଧ୍ୟମରେ ସ୍ବେଛାସେବୀମାନେ ବିଦ୍ୟାଳୟର ମୁଖ୍ୟ ପ୍ରାଙ୍ଗଣ ସମେତ ଚତୁର୍ପାର୍ଶ୍ୱରେ ଜମି ରହିଥିବା ଆବର୍ଜନା ଓ ଅନାବନା ଗଛଲତା ସଫା କରିଥିଲେ। ଶିକ୍ଷାନୁଷ୍ଠାନର ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ମହିଳାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।ସଫେଇ କାର୍ଯ୍ୟ ଶେଷରେ ସମସ୍ତ ସ୍ବେଛାସେବୀ ଆଗାମୀ ଦିନରେ ବିଦ୍ୟାଳୟର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ଶିକ୍ଷାର୍ଥୀଙ୍କ ପାଇଁ ଏକ ସୁସ୍ଥ ପରିବେଶ ଗଠନ ଦିଗରେ ଯତ୍ନବାନ ହେବେ ବୋଲି ପ୍ରତିଜ୍ଞା କରିଥିଲେ।ସମାଜସେବୀ ରଶ୍ମୀକାନ୍ତ କଳସଙ୍କ ଏହି ନିଆରା ପ୍ରୟାସ ଏବଂ ମହିଳା ସ୍ବେଛାସେବୀଙ୍କ ନିଃସ୍ୱାର୍ଥପର ସେବାକୁ ଗୋଳବାଇ ଗ୍ରାମବାସୀଙ୍କ ତରଫରୁ ଉଚ୍ଚ ପ୍ରଶଂସା କରାଯାଇଛି। ଏହିଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

admin

admin

About Author

Leave a comment

Your email address will not be published. Required fields are marked *