ଲଡୁକେଶ୍ୱର ଦେବ ଆଞ୍ଚଳିକ ଦୋଳ ମହୋତ୍ସବ ଉଦଯାପିତ
ଭାଇଚାରା ଓ ପରମ୍ପରାକୁ ଆଗକୁ ବଢ଼ାଇବାରେ ଦୋଳ ଉତ୍ସବ ଏକ ମାଧ୍ୟମ ସାଜିଛି
ଖୋର୍ଦ୍ଧା,୬/୩( ସମ୍ବାଦ ଓଡ଼ିଶା)
: ଉତ୍କଳୀୟ ପରମ୍ପରା , ଲୋକକଳା ଓ ଭାଇଚାରା ଆଗାମୀ ଦିନଗୁଡ଼ିକରେ ଆଗକୁ ବଢ଼ାଇବାକୁ ମାଧ୍ୟମ ସାଜିଛି ବୋଲି ଆଜି ଲଡୁକେଶ୍ୱର ଦେବ ଆଞ୍ଚଳିକ ଦୋଳ ମହୋତ୍ସବ ଉଦଯାପିତ ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଲେଣ୍ଡୋ ଲଦୁକେଶ୍ୱରଙ୍କ ପୀଠରେ ଆଞ୍ଚଳିକ ଦୋଳ ମହୋତ୍ସବ କମିଟି ଦ୍ଵାରା ଅନୁଷ୍ଠିତ ଦୁଇ ଦିନିଆ ଏହି ମହୋତ୍ସବର ଉଦଯାପନୀ ଦିବସରେ କମିଟି ସଭାପତି ଶ୍ୟାମ ସୁନ୍ଦର ତ୍ରିପାଠୀ ଅଧ୍ୟକ୍ଷତା କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ସମ୍ପାଦକ ମହେନ୍ଦ୍ର କୁମାର ବିଶୋଇ ବାର୍ଷିକ ବିବରଣୀ ପାଠ କରିବା ବେଳେ ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ବିଶିଷ୍ଟ ଅତିଥିଭାବେ ଖୋର୍ଦ୍ଧା ପୂର୍ବତନ ପୌରାଧକ୍ଷା ସଂଯୁକ୍ତ ସାହୁ ,ସମ୍ମାନୀତ ଅତିଥି ଭାବେ ସରପଂଚ ବିନୋଦିନୀ ଦାଶ, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ସମିତି ସଭ୍ୟ ବିକାଶ କୁମାର ନାୟକ, ରାମେଶ୍ବର ସମିତି ସଭ୍ୟ ରମେଶ ଚନ୍ଦ୍ର ବିଶ୍ବାଳ ଓ ବିଜେଡି ନେତା ପବିତ୍ର କୁମାର ପାଇକରାୟ ପ୍ରମୁଖ ଯୋଗଦେଇ ଯୁବ ସମାଜ ପାଶ୍ଚାତ୍ୟ ପରମ୍ପରା ଠାରୁ ଦୂରେଇ ଭାରତୀୟ ପରମ୍ପରାକୁ ଆପଣଇଲେ ଆମ ସଂସ୍କୃତି ବଞ୍ଚି ରହିବ ବୋଲି ମତବ୍ୟକ୍ତ କରିଥିଲେ । ମଞ୍ଚକୁ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଦୋଳ ପଡିଆରେ ବିଭିନ୍ନ ଦୋକାନବଜାର ଖୋଲା ଯାଇଥିବାବେଳେ ବହୁ ଜନସମାଗମ ହୋଇଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଭ୍ୟ ସହଯୋଗ କରିଥିଲେ।

