Sambad Odisha

ରାଜ୍ୟ ଶିକ୍ଷା

ଜାଗର ଉତ୍ସବରେ ମେଧାବୀ ପୁରସ୍କାର.

ଜାଗର ଉତ୍ସବରେ ମେଧାବୀ ପୁରସ୍କାର.

ନିରାକାରପୁର, ୧୬/୨( ସମ୍ବାଦ ଓଡ଼ିଶା), ଖୋର୍ଦ୍ଧା ଜିଲ୍ଲା ବାରଘରପଟଣାସ୍ଥିତ ଗତିଶ୍ୱର ମନ୍ଦିରଠାରେ ୩୫ତମ ଜାଗର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ହଜାର ହଜାର ଭକ୍ତ ସମାଗମ ହୋଇ ପ୍ରଦୀପ ଜାଳି ମାନସିକ କାମନା କରିଛନ୍ତି। ଏହି ଅବସରରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଗ୍ରାମର ବିଶିଷ୍ଟ ଶିକ୍ଷାବିତ ଦିବଂଗତ ହରେକୃଷ୍ଣ ନନ୍ଦ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୂର୍ବ ବର୍ଷ ଭଳି ବାରଘରପଟଣାସ୍ଥିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ପଞ୍ଚମ, ଷଷ୍ଠ ଓ ସପ୍ତମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ୪ଜଣ ବିଦ୍ୟାର୍ଥୀମାନଙ୍କୁ ପୁରସ୍କାର ନଗଦ ରାଶି, ମାନପତ୍ର ଏବଂ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟରେ ସ୍ଵଛ ଜଳର ସୁବନ୍ଦୋବସ୍ତ କରିବା ପାଇଁ ନଗଦ ଅର୍ଥ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ହରେକୃଷ୍ଣ ନନ୍ଦଙ୍କ ତିନି ପୁତ୍ର ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ନନ୍ଦ, ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନନ୍ଦ ଏବଂ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ନନ୍ଦ ଯୋଗ ଦେଇଥିଲେ। ଅଂଚଳବାସୀ ଏହି କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ। ପରିଶେଷରେ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନନ୍ଦ ଗ୍ରାମବାସୀ, ଶିକ୍ଷକ ଓ କଳାକାର ମାନଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *