Sambad Odisha

ରାଜ୍ୟ

ସାହିତ୍ୟ ରତ୍ନ ସମ୍ମାନ ପାଇଲେ ଲଳିତ କବି ଆର୍ତ୍ତତ୍ରାଣ ସାହୁ

ସାହିତ୍ୟ ରତ୍ନ ସମ୍ମାନ ପାଇଲେ ଲଳିତ କବି ଆର୍ତ୍ତତ୍ରାଣ ସାହୁ

ନିରାକାରପୁର,୨/୨( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳର ଜଣାଶୁଣା ଲଳିତ କବି ଆର୍ତ୍ତତ୍ରାଣ ସାହୁଙ୍କୁ ସମ୍ମାନଜନକ ସାହିତ୍ୟ ରତ୍ନ ୨୦୨୬ ପୁରସ୍କାର ସାହିତ୍ୟ ସେବା କାଉନସିଲ ତରଫରୁ ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟରେ ଅନୁଷ୍ଠିତ ଏକ ସୂତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଛି । ଅନୁଷ୍ଠିତ ଏକ ସୁତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିମାନେ ଲଳିତ କବି ଡ ଆର୍ତ୍ତତ୍ରାଣ ସାହୁଙ୍କୁ ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ସାହିତ୍ୟ ସେବା ରତ୍ନରେ ସମ୍ମାନ ସମ୍ମାନୀତ କରିଛନ୍ତି। ତାଙ୍କର ୨୦୧୮ ରୁ ୨୦୨୩ ମସିହା ମଧ୍ୟରେ ସତ୍ୟାନୁସରଣ, ସତ୍ୟାନୁସନ୍ଧାନ, ସତୀ ଉପାଖ୍ୟାନ, ସତ୍ୟ ଧର୍ମ, ଶିବ ସୂରୂପ, ସଙ୍କଟ ମୋଚନ, ସକଳ ତୀର୍ଥ ସରିତ, ଶାଶ୍ୱତ, ଶ୍ରୀ ଗଣେଶ ଓ ଅଭୁଲା ସ୍ମୃତି ଭଳି ୧୦ ଖଣ୍ଡ ପ୍ରମୁଖ ପୁସ୍ତକ ଗୁଡ଼ିକ ପ୍ରକାଶିତ ହୋଇଯାଇଛି। ଏହି ଆୱାର୍ଡ଼ ପାଇଥିବାରୁ ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି। ଡ ସାହୁ ଜଣେ ବ୍ୟବସାୟୀ ହୋଇଥିଲେ ବି ତାଙ୍କର ଧର୍ମ ସାହିତ୍ୟରେ ରୁଚି ରଖି ୧୨ ଖଣ୍ଡ ପୁସ୍ତକ ରଚନା କରିଛନ୍ତି।

admin

admin

About Author

Leave a comment

Your email address will not be published. Required fields are marked *