Sambad Odisha

ଖେଳ ରାଜ୍ୟ

ଚତୁର୍ଥ ବାର୍ଷିକ ମା ଭଗବତୀ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ :ଦମ ଦମ କଲିକତା ଚାମ୍ପିଆନ

ଚତୁର୍ଥ ବାର୍ଷିକ ମା ଭଗବତୀ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ :ଦମ ଦମ କଲିକତା ଚାମ୍ପିଆନ

ନିରାକାରପୁର,୧/୨(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଛଣଗିରି ଖେଳ ପଡିଆରେ ଛଣଗିରି ପଂଚାୟତ ଆଞ୍ଚଳିକ ଆଥଲେଟିକ ଆସୋସିଏସନ୍ ଆନୁକୁଲ୍ୟରେ ମା ଭଗବତୀ ଚତୁର୍ଥ ବାର୍ଷିକ ଆନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ରେ ରବିନ୍ଦ୍ର ଫୁଟବଲ ଏକାଡେମୀ ଦମ ଦମ କଲିକତା ବନାମ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲ। ଖେଳର ପ୍ରଥମାର୍ରେଦ୍ଧରେ ଦମ ଦମ କଲିକତା ଆଫ୍ରିକା ଉପରେ ୧ ଗୋଲ ଦେବାରେ ସମର୍ଥ ହୋଇଥିଲା। ଦ୍ଵିତୀୟାର୍ଦ୍ଧ ଖେଳରେ ଦମ ଦମ କଲିକତା ଆଫ୍ରିକା ଉପରେ ଆଉ ଦୁଇଟି ଗୋଲ ଦେଇ ୩-୦ରେ ଚଳିତ ବର୍ଷ ପାଇଁ ଚମ୍ପିୟାନ ହୋଇଥିଲା। ଦମ ଦମ କଲିକତା ଦଳର ଖେଳାଳି ରୋଶନ ମୁଖାର୍ଜୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ମ୍ୟାନ ଆଫ ସିରିଜି ହୋଥିଲେ ଆଫ୍ରିକା ଦଳର ଗାନ୍ଧୀ ବିବେଚିତ ହୋଇଥିଲେ। ଆଜିର ଖେଳକୁ ମହମ୍ମଦ ସକିର,ଶେଖ୍ ମୁକିମ୍ ଓ ମଦନ ବାରିକ ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଖେଳରେ ଅତିଥିଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ,ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, , ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ପରିବେଶବିତ ଡ. ଦିଲୀପ ଶ୍ରୀଚନ୍ଦନ,ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ସରପଞ୍ଚ ପ୍ରଭାତ କୁମାର ଦାସ, ବିରେଶ ରାଜଗୁରୁ, ଛଣଗିରି ଗ୍ରାମପଞ୍ଚାୟତ ସମିତି ସଭ୍ୟା ସୁମିତ୍ରା ବରିଷଲ, ଯୁବ ନେତା ଭବାନୀ ଶଙ୍କର ବରିଷଲ ଶିକ୍ଷାବିତ୍ କାଳନ୍ଦୀ ଚରଣ ନାୟକ,ଶିକ୍ଷାବିତ୍ ପ୍ରମୋଦ କୁମାର ବୈରିଗଞ୍ଜନ୍, ଉପଦେଷ୍ଟା ନବକିଶୋର ପ୍ରଧାନ, ଉପଦେଷ୍ଟା ବିରେନ୍ଦ୍ର ଦାସ, ସଭାପତି ମନୋରଞ୍ଜନ ସାମନ୍ତରାୟ,ସଂମ୍ପାଦକ ବିଭୂତି ଭୂଷଣ ଦାଶ ଓ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ସୁନ୍ଦରାୟ ,ଉପ ସଭାପତି ସେକ ସେରଲି,କୋଷାଧ୍ୟକ୍ଷ ଆନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ବିଜୟୀ ଓ ରନର୍ସ ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମ୍ୟାନେଜର ଶୁଶାନ୍ତ କୁମାର ପରିଡା,ଉପଦେଷ୍ଟା ଜନ୍ ମହାନ୍ତି, ପ୍ରମୋଦ ବୈରିଗଂଜନ,ଲଳିତ ପଟ୍ଟନାୟକ,ସେକ ହମିଦ ରଜାକ ଖାନ,ଯୁଧିଷ୍ଠିର ବଳିୟାରସିଂହ, ଅଲେଖଚନ୍ଦ୍ର ଭୋଇ,ଭାରତ ଭୂଷଣ ସ୍ୱାଇଁ,ଭରତ ବେହେରା,,ଅଜୟ ପ୍ରଧାନ,ପ୍ରଭାକର ସାହୁ,କାମଦେବପରିଡା, ଶ୍ରୀନିବାସ ଚମ୍ପତିରାୟ ,ପ୍ରତାପ ସ୍ଵାଇଁ ,ଶରତ ପ୍ରଧାନ , ନିବାସ ସେଠୀ ପ୍ରମୁଖ ସହଯୋଗ କରିଥିଲେ।

 

admin

admin

About Author

Leave a comment

Your email address will not be published. Required fields are marked *