Sambad Odisha

ରାଜ୍ୟ ଶିକ୍ଷା

ନିରାକାରପୁର କଲେଜରେ ନୂତନ ଅଧ୍ୟକ୍ଷ ଭାବେ ପ୍ରଫେସର ଧୀରେନ୍ଦ୍ର କୁମାର ରାଉତରାୟଙ୍କ ଯୋଗଦାନ

ନିରାକାରପୁର କଲେଜରେ ନୂତନ ଅଧ୍ୟକ୍ଷ ଭାବେ ପ୍ରଫେସର ଧୀରେନ୍ଦ୍ର କୁମାର ରାଉତରାୟଙ୍କ ଯୋଗଦାନ

ନିରାକାରପୁର,୨୭/୧(ସମ୍ବାଦ ଓଡ଼ିଶା)ବ: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଆଜି ଶ୍ରୀ ଜୟଦେବ କଲେଜ ଅଫ ଏଜୁକେସନ ଆଣ୍ଡ ଟେକ୍ନୋଲୋଜି କଲେଜ ପଦାର୍ଥ ବିଜ୍ଞାନ ରିଡର୍ ପ୍ରଫେସର ଧୀରେନ୍ଦ୍ର କୁମାର ରାଉତରାୟ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଚିଠି ନଂ ୩୭୧୪ ତାରିଖ ୨୧/୧/୨୬ରେ ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ପଦ ଗ୍ରହଣ କରିଥିବା ଜଣାପଡିଛି। ଏହି ଅବସରରେ କଲେଜ ଅଧ୍ୟକ୍ଷା ଦାୟିତ୍ୱରେ ଥିବା ପ୍ରାଧ୍ୟାପିକ କାଦମ୍ବିନୀ ସାହୁ ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ଏହି ଅବସରରେ କଲେଜ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଓ ପରିଚାଳନା ମଣ୍ଡଳୀ ସଭ୍ୟ ପ୍ରମୁଖ ଉପସ୍ଥିତ ରହି ପୁଷ୍ପ ଗୁଚ୍ଛ ପ୍ରଦାନ କରି ନୂତନ ଅଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କଲେଜର ଛାତ୍ର ଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକା , ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କଲେଜର ଉନ୍ନତିମୂଳକ କାର୍ଯ୍ୟ କରିବାକୁ ନୂତନ ଅଧ୍ୟକ୍ଷ ମତ ପ୍ରକାଶ କରିଛନ୍ତି।

admin

admin

About Author

Leave a comment

Your email address will not be published. Required fields are marked *