
ଆସନ୍ତା ୧୯ ରୁ ଆରମ୍ଭ କାଶୀପୁର ନଂ ୨ ସେବା ସମିତି ଧାନମଣ୍ଡି : ୫ କେଜି କଟନି ଛଟନିକୁ ନେଇ ବଢୁଛି ଅସନ୍ତୋଷ
ଖୋର୍ଦ୍ଧା,୧୬/୧( ସମ୍ବାଦ ଓଡ଼ିଶା) ଖୋର୍ଦ୍ଧା ଜ଼ିଲ୍ଲା ବାଲୁଗାଁ ଆର.ଏମ.ଏସ ଅଧୀନ କାଶୀପୁର ନଂ ୨ ସେବା ସମବାୟ ସମିତି ରେ ଆସନ୍ତା ୧୯ ତାରିଖ ରୁ ଧାନମଣ୍ଡି ଆରମ୍ଭ ହେବାର ସୂଚନା ମିଳିଛି l ଏଥିପାଇଁ ଜଗନ୍ନାଥ ରାଇସ ମିଲ କୁ ସରକାରୀ ଭାବେ ସ୍ୱୀକୃତି ମିଳିଛି l ଆଜି ସମିତି ସଭାପତି ପ୍ରଦୀପ ଷଡ଼ଙ୍ଗୀ ଙ୍କ ଅଧକ୍ଷତା ରେ ସମିତି କାର୍ଯ୍ୟାଳୟ ଠାରେ ଚାଷୀ ବୈଠକ କରାଯାଇ ନିଷ୍ପତି ନିଆଯାଇଛି l ସରକାର ମିଲର ମାନଙ୍କ ଦାବୀ ଆଗରେ ମୁଣ୍ଡ ନୁଆଁଇବା ପରେ ଚାଷୀଙ୍କ ଧାନ କିଣା କୁ ନେଇ ଚାଲିଥିବା ଏକପ୍ରକାର ଅନିତ୍ସତା ର ପୂର୍ଣ୍ଣଛେଦ ପଡିଛି । ସମିତି କାର୍ଯ୍ୟାଳୟ ସୂଚନା ମୁତାବକ ଜାନୁଆରୀ ୧୦ ତାରିଖରେ ପାଇଥିବା ୨୮ ଜଣ ଚାଷୀ ଙ୍କ ଟୋକନ ଅନୁସାରେ ସେମାନେ ସୋମବାର ପ୍ରଥମ ପର୍ଯାୟରେ ଧାନ ଦେବେ । ପରେ ୧୨ ତାରିଖରେ ଟୋକନ ମିଳିଥିବା ୪୨ ଜଣ ଚାଷୀ ୨୧ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ରେ ଧାନ ଦେବେ l ୨୫ କୁଇଣ୍ଟାଲ ରୁ ଉର୍ଦ୍ଧ ଧାନ ପାଇଁ ଚାଷୀ ସିଧା ସଳଖ ମିଲର ଙ୍କ ପାଖରେ ଦେବେ ଓ ୨୫ କୁଇଣ୍ଟାଲ ଭିତରେ ଟୋକନ ପାଇଥିବା ଚାଷୀ ମଣ୍ଡି ରେ ଦେବେ । ସୋମବାର ଓ ଶନିବାର ମଣ୍ଡି ରେ ଧାନ କିଣା ଯିବ ବୋଲି ଜଣାପଡିଛି । କିନ୍ତୁ ୫ କେଜି କଟନି ଛଟନିକୁ ନେଇ କଥା ଉଠିବା ପରେ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ଜଣାପଡିଛି। ଏହାକୁ ବିରୋଧ କରି କିଛି ଚାଷୀ ଆଜି ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବିପତ୍ର ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।

