ଚତୁର୍ଥ ଗୁରୁପ୍ରସାଦ ମେମୋରିଆଲ ରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଟ୍ରଫି ଉନ୍ମୋଚନ: ଆଜି ଟୁର୍ଣ୍ଣାମେଣ୍ଟ ଆରମ୍ଭ
ଖୋର୍ଦ୍ଧା,୧୬/୧( ସମ୍ବାଦ ଓଡ଼ିଶା,ହିମାଂଶୁ ଭୁଷଣ ଚମ୍ପତିରାୟ): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ରିକେଟ ଆସୋଏସେସନ୍ ତରଫରୁ ଚତୁର୍ଥ ଗୁରୁପ୍ରସାଦ ମେମୋରିଆଲ ରାତ୍ର କ୍ରିକେଟ ଟୁର୍ନାମେଣ୍ଟ ୧୭ ତାରିଖ ରେ ଆରମ୍ଭ ହେବାକୁ ଥିବାବେଳେ ଶୁକ୍ରବାର ସନ୍ଧ୍ୟା ୭ ଘଟିକାରେ ଆନୁଷ୍ଠାନିକ ଭାବେ ଟ୍ରଫି ଉନ୍ମୋଚନ କରାଯାଇଛି।ଏହି ଟୁର୍ନାମେଣ୍ଟ ରେ ୧୬ ଗୋଟି ବଛାବଛା ଟିମ ଅଂଶ ଗ୍ରହଣ କରିବେ।ଆଜିର ଏହି ଟ୍ରଫି କୁ ପୂର୍ବତନ ସରପଞ୍ଚ ଶ୍ରୀ ହୃଷିକେଶ ରାଉତରାୟ,ଯୁବ ସମାଜସେବୀ ଇଂ ପ୍ରଭାତ କୁମାର ସ୍ୱାଇଁ ,ସମାଜସେବୀ ଶ୍ରୀ ବିଶ୍ୱଭୂଷଣ ସାମନ୍ତରାୟ ,ରାଜେଶ ସାହୁ ,ଆର୍ତତ୍ରାଣ ରାଉତରାୟ ,ଜୀବନ ରଶ୍ମି ମହାପାତ୍ର ,ଅମରେନ୍ଦ୍ର ବାରିକ, ଦେବାଶିଷ ରାଉତରାୟ, ଦିବାକର ରାଉତରାୟ, ଦେବପ୍ରସାଦ ମାଝୀ ,ମୃତ୍ୟୁଞ୍ଜୟ ରାଉତରାୟ ,ମାନସ ପଟ୍ଟନାୟକ ,ଅର୍ଜୁନ ସିଂ ,ପିଙ୍କୁ ସେନାପତି ,ଶକ୍ତି ପ୍ରସାଦ ରାଉତରାୟ ,ବିପ୍ଳବ ସାହୁ ,ଶ୍ରୀକାନ୍ତ ବାରିକ ,ସମ୍ବିତ ବଳିୟାରସିଂ ,ପ୍ରଶାନ୍ତ କୁ ଦାସ ଏବଂ ଅନ୍ୟମାନଙ୍କ ଉପସ୍ଥିତି ରେ ରହି ଆସନ୍ତା କାଲି ପାଇଁ ଉନ୍ମୋଚନ କରାଯାଇଛି।ସ୍ବର୍ଗତ ଗଣେଶ ପ୍ରଧାନ(ପିଲୁ) ଙ୍କ ଉଦେଶ୍ୟରେ ଆସନ୍ତା କାଲି ମାଗଣା ଲଟେରୀ ଉଠାଣ କାର୍ଯ୍ୟକ୍ରମ ରଖାଯାଇଅଛି ।

