ଯୁବ ଟେକ୍ ଉଦ୍ୟମୀଙ୍କ ଜାତୀୟ ସମ୍ମାନ: କ୍ରିଉଟୋର ଯୁବ ସ୍ଥାପକ ଏବଂ ସିଇଓ ନିହାର ରଞ୍ଜନ ରାଉତଙ୍କୁ ‘ଦେଶ ରତ୍ନ ସମ୍ମାନ ୨୦୨୫’
- ଭୁବନେଶ୍ୱର ୧୧/୧( ସମ୍ବାଦ ଓଡ଼ିଶା)
: ଭାରତର ଟେକ୍ନୋଲୋଜି କ୍ଷେତ୍ରରେ ଯୁବ ନେତୃତ୍ୱ, ନୂଆ ଚିନ୍ତାଧାରା ଏବଂ ଦେଶ ଗଠନରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରିଉଟୋ ର ଯୁବ ସ୍ଥାପକ ଏବଂ ପ୍ରଧାନ କର୍ମକର୍ତ୍ତା ନିହାର ରଞ୍ଜନ ରାଉତଙ୍କୁ ପ୍ରତିଷ୍ଠିତ ‘ଦେଶ ରତ୍ନ ସମ୍ମାନ ୨୦୨୫’ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଉତ୍ତର ପ୍ରଦେଶ ସରକାରଙ୍କ ସମ୍ମାନନୀୟ ମନ୍ତ୍ରୀ ଡକ୍ତର ରଘୁରାଜ ସିଂହଙ୍କ ହସ୍ତରେ ପ୍ରଦାନ ହୋଇଛି।ଯୁବ ଟେକ୍ ଉଦ୍ୟମୀ ଭାବରେ ନିହାର ରଞ୍ଜନ ରାଉତ କ୍ରିଉଟୋକୁ ଏକ ଭରସାଯୋଗ୍ୟ, ଆଧୁନିକ ଓ ପ୍ରଭାବଶାଳୀ ପ୍ରଯୁକ୍ତି ସଂସ୍ଥା ଭାବେ ଗଢ଼ି ଉଠାଇଛନ୍ତି। କ୍ରିଉଟୋ ଦେଶର ବ୍ୟବସାୟ, ଶିଳ୍ପ ଓ ଡିଜିଟାଲ୍ ପରିବେଶକୁ ଶକ୍ତିଶାଳୀ କରିବା ପାଇଁ ଅର୍ଥପୂର୍ଣ୍ଣ, ଭରସାଯୋଗ୍ୟ ଓ ଦାୟୀତ୍ୱପୂର୍ଣ୍ଣ ପ୍ରଯୁକ୍ତି ସମାଧାନ ସୃଷ୍ଟି କରୁଛି।ଏହି ସମ୍ମାନ କେବଳ ଗୋଟିଏ ବ୍ୟକ୍ତିର ସଫଳତା ନୁହେଁ, ଏହା ଯୁବ ଭାରତ ପାଇଁ ଏକ ପ୍ରେରଣାଦାୟକ ସନ୍ଦେଶ ଯୁବ ପିଢ଼ି କେବଳ ସ୍ଵପ୍ନ ଦେଖୁନି, ସେମାନେ ଭାରତର ଭବିଷ୍ୟତ ଗଢ଼ୁଛନ୍ତି।କ୍ରିଉଟୋ ଆଗାମୀଦିନରେ ମଧ୍ୟ ଦେଶର ଡିଜିଟାଲ୍ ଭବିଷ୍ୟତକୁ ସଶକ୍ତ କରିବା ପାଇଁ ସତ୍ୟିକାରରେ ଉପଯୋଗୀ ପ୍ରଯୁକ୍ତି, ଦାୟୀତ୍ୱପୂର୍ଣ୍ଣ ନଭାଚାର ଏବଂ ଜାତୀୟ ପ୍ରଭାବ ସହ ଦୃଢ଼ ପ୍ରତିବଦ୍ଧ ରହିବ।

