Sambad Odisha

ରାଜ୍ୟ

ମୁକ୍ତାପୁର ନୁଆସାହିରେ ମହା ସମାରୋହରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ।

ମୁକ୍ତାପୁର ନୁଆସାହିରେ ମହା ସମାରୋହରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ।

ଟାଙ୍ଗୀ,୧୭/୮(ସମ୍ବାଦ ଓଡ଼ିଶା):କେରଣ୍ଡାଟାଙ୍ଗି ପଞ୍ଚାୟତ ଅଧୀନସ୍ଥ ମୁକ୍ତାପୁର ନୂଆ ସାହି ଗ୍ରାମରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅତି ଧୂମଧାମରେ ପାଳିତ ହୋଇଅଛି। ଜନ୍ମାଷ୍ଟମୀ ଦିନ ନୀତି ଅନୁସାରେ ପୂଜାପାଠ ଓ ହୋମବିଧି କରିବା ସହ ସନ୍ଧ୍ୟା ସମୟରେ ଏକ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ତାପରେ ଭାଗବତ ପଠନ ଅନୁସାରେ ଜନ୍ମାଷ୍ଟମୀ ହୋଇଥିଲା। ତାପର ଦିନ ନନ୍ଦୋତ୍ସବ ରେ ଏକ ବିଶାଳ ଶୋଭାଯାତ୍ରା ହୋଇଥଲା ଏଥିରେ ଗ୍ରାମ ର ଯୁବକ ମାନେ ନନ୍ଦ, ଯଶୋଦା, ରୋହିଣୀ, କୃଷ୍ଣ,ବଳରାମ, ଗୋପ ବାଳକ, ଗୋପ ବାଳିକା ବସୁଦେବ, କଂସ ମହାରାଜା,ଓ ଡଗର, ବେଶ ଧାରଣ କରି ଏହି ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ । ଦିନ ୪ଟା ଠାରୁ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା। ଏଥିରେ କେରଣ୍ଡାଟାଙ୍ଗି ପଞ୍ଚାୟତ ର ସରପଞ୍ଚ ରାଜେଶ ମହାପାତ୍ର, ସମିତି ସଭ୍ୟ ଶିଶିର କୁମାର ପ୍ରଧାନ, ଗାଁ ମାଟି ର ପୁଅ କୂଳଦୀପ ପାଲଟା ସିଂହ ଓ ତପନ କୁମାର ପଲେଇ,ସମାଜ ସେବୀ ପ୍ରଫୁଲ୍ଲ କୁମାର ନାୟକ, ପଦ୍ମ ଚରଣ ପ୍ରଧାନ, ବିଜୟ କୁମାର ମାର୍ଥା ଆଦି ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଗ୍ରାମର ଗ୍ରାମବାସୀ ଓ ରମେଶ ଚନ୍ଦ୍ର ବେହେରା,ଯୁବଗୋଷ୍ଠୀଙ୍କ ସୁନ୍ଦର ପ୍ରୟାସରେ କାର୍ଯ୍ୟ କ୍ରମ ସଫଳତାରେ ଶେଷ ହୋଇ ଥିଲା।

admin

admin

About Author

Leave a comment

Your email address will not be published. Required fields are marked *