Sambad Odisha

କୃଷି ରାଜ୍ୟ

ମରୁଡି ପରିସ୍ଥିତି ମୁକାବିଲା ଲାଗି ଜରୁରୀ ବୈଠକ

ମରୁଡି ପରିସ୍ଥିତି ମୁକାବିଲା ଲାଗି ଜରୁରୀ ବୈଠକ

ନିରାକାରପୁର,୧୭/୮(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ଗ୍ରାମପଞ୍ଚାୟତ ବୈଠକ ଗୃହରେ ସରପଞ୍ଚ ଶ୍ରୀ ସୌରଭ କୁମାର ଦାସମହାପାତ୍ର ଙ୍କ ସଭାପତିତ୍ୱରେ ଭୂଷଣ୍ଡପୁର ଅଞ୍ଚଳ ର ସମସ୍ତ ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାଷୀମାନଙ୍କର ସାମ୍ପ୍ରତିକ ପରିସ୍ଥିତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ପାଣିରେ ଅଭାବ କୁ ନେଇ ଚାଷ ଜମିର ମରୁଡି ପରିସ୍ଥିତି ବିଷୟରେ କୃଷକମାନେ ବିଭିନ୍ନ ମତ ପୋଷଣ କରିବା ସହିତ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତୁରନ୍ତ ସ୍ଥାୟୀ ଜଳସେଚନ ସୁବିଧା ନିମନ୍ତେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି ଉପସ୍ଥାପନା କରାଯାଇଥିଲା । ଏଥିରେ ରବୀନ୍ଦ୍ର କୁମାର ପରିଡା, ଶ୍ୟାମ ସୁନ୍ଦର ମଲ୍ଲିକ, ହରିହର ଦାଶ, ବୈକୁଣ୍ଠ ନାଥ ବେହେରା, ପଞ୍ଚାନନ ବେହେରା, ନବ କିଶୋର ନାୟକ, ସର୍ବେଶ୍ୱର ବେହେରା,, ରବୀନ୍ଦ୍ର ଭୋଇ ଙ୍କ ସମେତ ପ୍ରାୟ ୧୦୦ ରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ

।

admin

admin

About Author

Leave a comment

Your email address will not be published. Required fields are marked *