କଳିଙ୍ଗ ଭେଟ୍ରାନସ ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ନିରାକାରପୁର,୧୬/୮(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଜଂକିଆ ସ୍ଥିତ କଳିଙ୍ଗ ଭେଟ୍ରାନସ ଆସୋସିଏସନ୍ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ଅବସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଦେଶର ଅବସରପ୍ରାପ୍ତ ସୁରକ୍ଷା ଯବାନ ମାନେ ଦେଶର ସୁରକ୍ଷାରେ ଦୀର୍ଘ ବର୍ଷ କାର୍ଯ୍ୟ କଲାପରେ ଏକଜୁଟ ହୋଇ ନିଜର ଅବସର ସମୟରେ ସମାଜର ମଙ୍ଗଳ କାମନା କରୁଥିବାରୁ ଉପସ୍ଥିତ ଅତିଥିଭାବେ ସାମ୍ବାଦିକ ଶ୍ୟାମ ସୁନ୍ଦର ପଟ୍ଟନାୟକ ଓ ସହଯୋଗ ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ଉପସ୍ଥିତ ଅବସରପ୍ରାପ୍ତ ଯବାନ ମାନଙ୍କୁ ସାଧୁବାଦ୍ ଜଣାଇବା ସହିତ ଆଗକୁ ଏହି କାର୍ଯ୍ୟର ଦୀର୍ଘଜୀବୀ କାମନା କରିଥିଲେ। ଅନୁଷ୍ଠିତ ସଭାରେ ଆସୋସିଏସନ୍ ସଭାପତି ଭେଟରାନ ବିଜୟ କୁମାର ବଳିଆରସିଂହ ସଭାପତିତ୍ବ କରିଥିବାବେଳେ ଏହି ଅବସରରେ ଏକାଧିକ ନୂତନ ଅବସରପ୍ରାପ୍ତ ଯବାନ ସଂଘ ରେ ଯୋଗଦାନ କରିଥିଲେ ଓ କିଛି ବ୍ୟକ୍ତି ବିଶେଷଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସଂଘର ସଦସ୍ୟ ସ୍ବର୍ଗତ ପଦ୍ମ ଚରଣ ବେହେରାଙ୍କ ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଶ୍ରୀଚନ୍ଦନ (ସଂପାଦକ),ବିପିନ ବିହାରି ମାନସିଂହ (ଉପ ସମ୍ପାଦକ), ଅଭିମନ୍ୟୁ ବିଶ୍ଵାଳ, ସୁରେନ୍ଦ୍ର କୁମାର ଚଂପତି, ରବିନାରାୟଣ ରାଉତରାୟ, ସୁକାନ୍ତ ରଣସିଂହ, ଦିଲ୍ଲୀପ କୁମାର ବଳିଆରସିଂହ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ସମାଜର ଉନ୍ନତିମୂଳକ କାର୍ଯ୍ୟରେ ସାଯୋଗର ହାତ ବଢ଼ାଇବାକୁ ଆଲୋଚନା କରିଥିଲେ।
- admin
- August 16, 2025
- 0 Comments
- 131 Views