Sambad Odisha

ରାଜ୍ୟ

ବିଦ୍ୟାଳୟ ରେ ୭୯ତମ ସ୍ୱାଧୀନତା ଦିବସ ପାଳନ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବିଦ୍ୟାଳୟ ରେ ୭୯ତମ ସ୍ୱାଧୀନତା ଦିବସ ପାଳନ ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନିରାକାରପୁର, ୧୫/୮(ସମ୍ବାଦ ଓଡ଼ିଶା) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଲଳିତ ପାଟପୁର କ୍ଲଷ୍ଟର ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେଙ୍ଗଟା ବିଦ୍ୟାଳୟ ପରିସରରେ ୭୯ତମ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅମର କୁମାର ଜୟସିଂହ ପତକା ଉତ୍ତୋଳନ କରିଥିଲେ। ପରିଶେଷରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅମର କୁମାର ଜୟସିଂହ ପୌରୋହିତ୍ୟ କରିଥଲେ। ଅତିଥି ଭାବରେ ସାମ୍ୱାଦିକ ଶ୍ରୀଯୁକ୍ତ ମାନସ ଚନ୍ଦ୍ର ପଟ୍ଟନାୟକ, ଉମେଶ ଚନ୍ଦ୍ର ପଟ୍ଟନାୟକ, ହିମାଂଶୁ ଭୁଷଣ ଚମ୍ପତି, ବରିଷ୍ଠ ବ୍ୟବସାୟୀ ମୃତ୍ୟୁଞ୍ଜୟ ସାହୁ, କଣ୍ଡୁରୀ ରାଉତରାୟ ପ୍ରମୁଖ  ଯୋଗ ଦେବା ସହ ଗ୍ରାମର ସାମାଜିକ କର୍ମୀ ଭାସ୍କର ସ୍ବାଇଁ, ଝୁନି ଦେଇ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ତ୍ରିବେଣୀ ପ୍ରଧାନ, ୱାର୍ଡ ମେମ୍ବର ଝୁନାମଣୀ ଦେଇ, ପରିଚାଳନା କମିଟି ର ସମସ୍ତ ସଦସ୍ୟ ଯୋଗ ଦେଇ ବିଦ୍ୟାଳୟ ହତା ଭିତରେ ଆମ୍ବ, ନିମ୍ବ, ଡାଳିମ୍ବ, ଲେମ୍ବୁ, ଗଙ୍ଗ ସିଉଳି, ବିଭିନ୍ନ ପ୍ରଜାତିର ଔଷଧିୟ ବୃକ୍ଷ ମୋଟ୍ ୧୫ ଚାରା ରୋପଣ କରାଯାଇଥିଲା ପରିଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ଉନିତା ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ।

admin

admin

About Author

Leave a comment

Your email address will not be published. Required fields are marked *