Sambad Odisha

ରାଜ୍ୟ

ନିରାକାରପୁର ବଣିକ ସଂଘ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସରେ ବରିଷ୍ଠ ସଭ୍ୟଙ୍କୁ ସମ୍ବର୍ଦ୍ଧିତ

ନିରାକାରପୁର ବଣିକ ସଂଘ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସରେ ବରିଷ୍ଠ ସଭ୍ୟଙ୍କୁ ସମ୍ବର୍ଦ୍ଧିତ

ନିରାକାରପୁର,୧୫/୮(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଣିକ ସଂଘ ପକ୍ଷରୁ ଆଜି ବଣିକ ସଂଘ କାର୍ଯ୍ୟାଳୟ ପରିସରରେ ୭୯ ତମ ସ୍ବାଧିନତା ଦିବସ ଓ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ମହେଶ୍ୱର ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଶ୍ୱର ଚନ୍ଦ୍ର ନାଥଶର୍ମା, ଭଗବାନ ପ୍ରଧାନ, କେଶବ ଚନ୍ଦ୍ର ରାଉତରାୟ ମୃତୁଞ୍ଜୟ ସାହୁ, ସଭାପତି ଆର୍ତ୍ତତ୍ରାଣ ରାଉତରାୟ, ସମ୍ପାଦକ ବଳରାମ ରାଉତରାୟ,କୋଷାଧକ୍ଷ ମୁକ୍ତିକାନ୍ତ ସାହୁ,ସହ ସମ୍ପାଦକ ଆନନ୍ଦ ବାଘସିଙ୍ଗ, ନବ ସାହୁ, ଦଣ୍ଡପାଣି ବଳିୟାରସିଙ୍ଗ, ରଜନୀ ପରିଡା ପ୍ରମୁଖଙ୍କ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀ ଓ ତାଙ୍କ ପରିଚଳିକା ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବଣିକସଂଘର ପୂର୍ବତନ ସଭାପତି ମହେଶ୍ୱର ତ୍ରିପାଠୀ, ବରିଷ୍ଠ ବ୍ୟବସାୟୀ ଇଶ୍ୱର ଚନ୍ଦ୍ର ନାଥ ଶର୍ମା, ଓ ଭଗବାନ ପ୍ରଧାନଙ୍କୁ ବଣିକ ସଂଘ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା।

admin

admin

About Author

Leave a comment

Your email address will not be published. Required fields are marked *