ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ 
ନିରାକାରପୁର,୧୪/୮(ସମ୍ବାଦ ଓଡ଼ିଶା):ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, କାଇପଦର ପରିସରରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଭାରତର ୭୯ତମ ସ୍ଵାଧୀନତା ଦିବସ ଉପଲକ୍ଷ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଅଛି। ଏହି କ୍ରମରେ ମହାବିଦ୍ୟାଳୟ ଶ୍ରେଣୀ ଗୃହରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରତାପ କିଶୋର ଛୋଟରାୟଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିଜ ନିଜ ଅଞ୍ଚଳରେ ସଚେତନ ସୃଷ୍ଟି କରିବା ପାଇଁ ବକ୍ତବ୍ୟ ରଖିଥିଲେ। ଏହାପରେ ମହାବିଦ୍ୟାଳୟର ୧୦୦୦ ଛାତ୍ରଛାତ୍ରୀମାନଙ୍କ ସମେତ+୨ ଓ +୩ ର ଜାତୀୟ ସେବା ଯୋଜନାରେ ସମସ୍ତ ସ୍ଵେଚ୍ଛାସେବୀ, ୟୁଥ୍ ରେଡ଼କ୍ରସ ଓ ଭାରତ ସ୍କାଉଟ ଗାଇଡର ସ୍ଵେଚ୍ଛାସେବୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ ମାନଙ୍କୁ ନେଇ ନିକଟସ୍ଥ ଗ୍ରାମମାନଙ୍କରେ ୫୦୦ମିଟର ଲମ୍ବର ଏକ ତ୍ରିରଙ୍ଗା ଧରି ସ୍ଵାଧୀନତାର ନାରା ଦେଇ ପରିକ୍ରମା କରାଯାଇଥିଲା। ଏହି ଗ୍ରାମ ପରିକ୍ରମାକୁ ସହଯୋଗ କରିଥିଲେ ଅଧ୍ୟକ୍ଷ ପ୍ରତାପ କିଶୋର ଛୋଟରାୟ, ଅଧ୍ୟାପିକା ସଚଳା ସାମନ୍ତରାୟ, ସୁଜ୍ଞାନୀ ଭଞ୍ଜସାମନ୍ତ, ଅନୁପମା ଚମ୍ପତ୍ତିରାୟ, ଡଃ ସଂଯୁକ୍ତା ପଟ୍ଟନାୟକ, ଅନୀତା ଦାଶ, ସ୍ଵୟଂପ୍ରଜ୍ଞା ମାନ୍ଧାତା, ସବିତା ବେହେରା, ଯଶସ୍ଵିନୀ ସାହୁ, ଅଞ୍ଜଳି ସାହୁ, ଅଧ୍ୟାପକ ଡ଼ଃ ଜନ୍ମେଜୟ ଚୌଧୁରୀ, ଭୁବନେଶ୍ୱର ନାୟକ, ମାନସ କୁମାର ଜୟସିଂହ, ବଳରାମ ପଶାୟତ, ମନ ସତନାମୀ, ଡେମନେଷ୍ଟ୍ରେଟର ସତ୍ୟ ସୁନ୍ଦର ମହାପାତ୍ର, ଗ୍ରନ୍ଥାଗାରିକ ପ୍ରଦେଶୁ କୁମାର ମହାରଥୀ ଓ କିରାଣୀ ଦେବାଶିଷ ପଟ୍ଟନାୟକ ପ୍ରଭୃତି।

