ମା ଉଗ୍ରତାରାଙ୍କୁ ଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
‘ ନିରାକାରପୁର,୧୦/୮(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ମୂଳିଝର ଗଡ଼ ରେ ମା’ ଉଗ୍ରତାରା ଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମନ୍ତ୍ରୀ ଶ୍ରୀ ପ୍ରଧାନ ମନ୍ଦିର ରେ ପହଁଚି ମା ଉଗ୍ରତାରା ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି କାମନା କରି ପୂଜାର୍ଚନା କରିବା ସହିତ ମନ୍ଦିରର ସେବାୟତ ମାନଙ୍କ ସହ ମାଙ୍କର ବିଭିନ୍ନ ନୀତି କାନ୍ତି ସମ୍ପର୍କ ରେ ଆଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ସହିତ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ମଧ୍ୟ ମାଙ୍କୁ ଦର୍ଶନ କରି ଥିଲେ।। ମନ୍ତ୍ରୀ ଶ୍ରୀ ପ୍ରଧାନ ଓ ଶ୍ରୀ ହରି ଚନ୍ଦନ ମା’ ଉଗ୍ରତାରା ମନ୍ଦିରର ଉନ୍ନତି କରଣ ସମ୍ପର୍କରେ ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସେବାୟତ ଓ ସ୍ଥାନୀୟ ନେତୃବୃନ୍ଦ ମାନଙ୍କ ସହିତ କଲେ ଆଲୋଚନା କରି ଥିଲେ। ମନ୍ତ୍ରୀଙ୍କ ଗ୍ରସ୍ଥକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା କଡାକଡି କରାଯାଇଥିଲା।ମା ଙ୍କୁ ଦର୍ଶନ କରି ସାରିବା ପରେ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱର ଫେରି ଯାଇଥିଲେ।