Sambad Odisha

ରାଜ୍ୟ

ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ଛାତ୍ର-ଯୁବ ବିଜେଡି ପକ୍ଷରୁ ନିରାକାରପୁର ଥାନାରେ ଦାବିପତ୍ର ପ୍ରଦାନ

ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ ଛାତ୍ର-ଯୁବ ବିଜେଡି ପକ୍ଷରୁ ନିରାକାରପୁର ଥାନାରେ ଦାବିପତ୍ର ପ୍ରଦାନ

ନିରାକାରପୁର,୭/୮(ସମ୍ବାଦ ଓଡ଼ିଶା): ଗାଁ ରୁ ସହର ବେଳାଭୂମି ରୁ କ୍ୟାମ୍ପସ ସବୁଠି ଛାତ୍ରୀ ମହିଳା ଅସୁରକ୍ଷିତ । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ।ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । କଲେଜ କ୍ୟାମ୍ପସ ରେ ଛାତ୍ରୀ ଆଜି ଅସୁରକ୍ଷିତ,ମହିଳା ଘରୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି । ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରାଜ୍ୟବ୍ୟାପି ଯୁବ ଛାତ୍ର ପ୍ରତିବାଦ ପରିପ୍ରେକ୍ଷୀରେ ରେ ଆଜି ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଓ ଖୋର୍ଦ୍ଧା ଯୁବ ଛାତ୍ର ଜନତା ଦଳ ପକ୍ଷରୁ କ୍ଷେତ୍ରବାସୀ ଡି ଏ ଭି ମହାବିଦ୍ୟାଳୟ,ନିରାକାରପୂର୍ ର ବହୁ ଛାତ୍ର ଛାତ୍ରୀ ମାନେ ଏକାଠି ହୋଇ ଏକ ଶାନ୍ତିପୂର୍ଣ୍ଣ ଶୋଭା ଯାତ୍ରା ରେ ଆସି ପୋଲିସ ମହା ନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ନିରାକାରପୁର ଥାନା ଅଧିକାରୀ ଙ୍କୁ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ବ୍ଲକ ଛାତ୍ର ସଭାପତି ଅନିଲ ସେନାପତି ,ଯୁବନେତା ସୁକାନ୍ତ ବେହେରା , ଛାତ୍ର ନେତା -ଶକ୍ତିପ୍ରସାଦ ରାଉତରାୟ, ବିଷ୍ଣୁପ୍ରସାଦ ସେନାପତି, ଗଣୁ ସେନାପତି, ମନୋଜ ପ୍ରଧାନ,ଚନ୍ଦ୍ରକାନ୍ତ(ଦିଲୁ) ବେହେରା, ଚଗଲା ବେହେରା, ମାନସ ପଟ୍ଟନାୟକ,ଚନ୍ଦନ ଓ ଅନେକ ଛାତ୍ର ଛାତ୍ରୀମାନେ ଯୋଗଦେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।

admin

About Author

Leave a comment

Your email address will not be published. Required fields are marked *