Sambad Odisha

ରାଜ୍ୟ ସ୍ପେଶାଲ

ଚାଷୀ ପଞ୍ଜିକରଣ ରେ ବାଧକ ସାଜୁଛି ଉତ୍ତରାଧିକାରୀ ପ୍ରମାଣ ପତ୍ର , ନାହିଁ ନଥିବା ଭିଡ଼ ଆର ଆଇ ଅଫିସ୍ ରେ 

ଚାଷୀ ପଞ୍ଜିକରଣ ରେ ବାଧକ ସାଜୁଛି ଉତ୍ତରାଧିକାରୀ ପ୍ରମାଣ ପତ୍ର , ନାହିଁ ନଥିବା ଭିଡ଼ ଆର ଆଇ ଅଫିସ୍ ରେ

ନିରାକାରପୁର,୨୮/୭(ସମ୍ବାଦ ଓଡ଼ିଶା): ସାରା ଓଡ଼ିଶାରେ ବର୍ତ୍ତମାନ ଖରିଫ୍ ଧାନ ପଂଜିକରଣ ତା ୧୯.୦୭.୨୦୨୫ ରିଖ ଠାରୁ ଆରମ୍ଭ ହୋଇ ତା ୨୦.୦୮.୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ । ବର୍ତ୍ତମାନ ଚାଷୀ ମାନଙ୍କ ମଧ୍ୟରେ ଶୁଣିବାକୁ ମିଳୁଛି ଜେ ରାଜ୍ୟ ସରକାର ପୂର୍ବ ବର୍ଷ ଧାନ କ୍ଵିଣ୍ଟାଲ ପ୍ରତି ୩୧୦୦ ଦେଇ ଚାଷୀ ମାନଙ୍କ ମୁଁହ ରେ ହସ ଫୁଟାଇଥିଲେ କିନ୍ତୁ ଚଳିତ ବର୍ଷ ଲିଗାଲ ହେୟାର ବା ଉତ୍ତରାଧିକାରୀ ପ୍ରମାଣ ପତ୍ର ମାଗି ଗରିବ ,ନିରୀହ , ନିରକ୍ଷର ଚାଷୀ ଙ୍କୁ କନ୍ଦାଉଛନ୍ତି । ଓଡ଼ିଶା ଏକ ଚାଷ ପ୍ରଧାନ ରାଜ୍ୟ ଏଠାରେ ଅନେକ ଚାଷୀ ଅଛନ୍ତି ଯିଏ କି ନିଜେ ପଂଜୀକରଣ ଫର୍ମ ମଧ୍ୟ ପୂରଣ କରିପାରୁ ନାହାନ୍ତି। ସେ କ୍ଷେତ୍ର ରେ ଜମି ଗୁଡିକ ଜେଜେ ବାପା , ମିଳିତ ପଟ୍ଟା , ପୂର୍ବ ପିଢ଼ି ଙ୍କ ନାମରେ ରହିଛି ଏହାର ପ୍ରମାଣ ଦେବାକୁ ହେଲେ ଗରିବ ଚାଷୀ ଟିଏ ସାଇକଲ ଧରି କେତେ ଥର ଆର ଆଇ ଅଫିସକୁ ଦୌଡ଼ିବା ପୁଣି ଚାଷୀ ଟିଏ ଗଲାବେଳକୁ ଆର ଆଇ ଥିବେ କି ନଥିବେ କାରଣ ୩-୫ ଟି ପଞ୍ଚାୟତ ରେ ଗୋଟିଏ ଆର ଆଇ କାର୍ଯ୍ୟ କରୁଛନ୍ତି ।ସେ କ୍ଷେତ୍ର ରେ ଆର ଆଇ ମାନଙ୍କର ମଧ୍ୟରେ କୋକୁଆ ଭୟ ଖେଳି ଗଲାଣି ।ତତକ୍ଷଣାତ୍ କେମିତି କିଏ କାହା ପୁଅ , କାହା ଭାଇ , କାହା ଝିଅ ,କାହା ପୁଅ ଜାଣିବା ଓ ଦସ୍ତ ଖସ୍ତ କରିବେ। ଏହା ଏକ ଚିନ୍ତା ଓ ଦୁଃଖଦ ଖବର ପୂର୍ବ ସରକାର ୧୦୦ ଟଙ୍କା ବଢ଼େଇବେ କହି ବଢେଇ ପାରିଲେନି କିନ୍ତୁ ବର୍ତ୍ତମାନର ସରକାର ୮୦୦ ଟଙ୍କା ବୃଦ୍ଧି କରି ଚାଷୀଙ୍କୁ ନାକରେ କନ୍ଦାଇ ସାରିଲେଣି ବୋଲି ଚାଷୀ ସମାଜ ରେ ଗୁଞ୍ଜରଣ ଚାଲିଛି। ପୁଣି କିଛି ଆର ଆଇ କହୁଛନ୍ତି ସରପଂଚ ଙ୍କ ଲେଖା ଆଣିଲା ପରେ ସେ ଦସ୍ତଖତ ମାରିବେ ବୋଲି କହିଥିବାରୁ କେତେ ଥର ଏବଂ କେଉଁଠି କି ଚାଷୀ ଟିଏ ଦୌଡ଼ିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାହିଁକି କେବଳ ଆର ଆଇ,ଅମିନ, ତହସିଲଦାରଙ୍କ ଲେଖା ହେବ ଏବଂ କାହିଁକି କୋର୍ଟ ଆଫିଡେଭିଟ, ସ୍ଥାନୀୟ ସରପଂଚ ଙ୍କ ଲେଖା ଚଲିବ ନାହିଁ ବୋଲି ବି ପ୍ରଶ୍ନ ଉଠୁଛି। ଯାହାକି ସହଜରେ ଗରିବ ନିରୀହ ଚାଷୀ ଟିଏ ଆଣି ପାରିବ ତାହା ନକରି ଏତେ କଠୋର ନିୟମ କଣ ପାଇଁ ଓ କାହିଁକି ବୋଲି ସାଧାରଣ ଚାଷୀ ଟି ପଚାରୁଛି।ଟାଙ୍ଗୀ ତହସିଲ ଅନ୍ତର୍ଗତ ଅନେକ ପଞ୍ଚାୟତ ଗୁଡ଼ିକ ରେ ୭୦-୮୦ ଭାଗ ଧାନ ପଂଜୀକରଣ ଦଲିଲ ଜରିଆରେ କରାଯାଉଥିଲା ଯାହାକି ଏକ ବିରାଟ ସମସ୍ୟା ରେ ପରିଣତ ହୋଇଯାଇଛି ଯଦି ମାଲିକ ଜମି ଟିକୁ ବିକ୍ରି କରିଦେଇଛନ୍ତି ପରେ ଚାଲାକ ହୋଇ ଆଗେ ନିକଟସ୍ଥ ସମିତି ରେ ପଞ୍ଜୀକରଣ କରିଦେଉଛି ତାହେଲେ ପ୍ରକୁତ ଚାଷୀ ବଞ୍ଚିତ ହୋଇଯିବ । ଭାରତ ସମ୍ବିଧାନ ରେ ଲେଖାଅଛି ୧୦୦ ଦୋଷୀ ପଛେ ଖସି ଯାଆନ୍ତୁ କିନ୍ତୁ ଗୋଟିଏ ନିର୍ଦ୍ଧୋଷୀ ଦଣ୍ଡ ନ ପାଉ । ତାହେଲେ ଏ କ୍ଷେତ୍ର ରେ ଠକ,ମିଥ୍ୟା ଚାଷୀ ଧରିବାକୁ ଯାଇ ପ୍ରକୃତ ଚାଷୀ ବଳି ପଡ଼ିବେ ବୋଲି ସବୁ ଚାଷୀ ମହଲ ରେ ଚର୍ଚ୍ଚା ହେଉଛି । ଚଳିତ ବର୍ଷ ଖରିଫ୍ ଚାଷୀ ପଞ୍ଜିକରଣ ନିୟମ କୁ କୋହଳ କରିବା ଏବଂ ବଂଶଗତ ପ୍ରମାଣ ପତ୍ର ପାଇଁ ସରପଂଚଙ୍କ ଲେଖା ଏବଂ କୋର୍ଟ ଆଫିଡେଫିଟ୍ କୁ ଗ୍ରହଣ କରିବା ପାଇଁ ଟାଙ୍ଗୀ ବ୍ଲକ୍ ର ସମସ୍ତ ଚାଷୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛନ୍ତି।

 

admin

admin

About Author

Leave a comment

Your email address will not be published. Required fields are marked *