Sambad Odisha

ରାଜ୍ୟ ଶିକ୍ଷା

ଛାତ୍ରୀଙ୍କୁ ନ୍ୟାୟ ପାଇଁ ବିଜେଡି ପକ୍ଷରୁ ଏଫଏମ୍ କଲେଜ ଆଗରେ ବିକ୍ଷୋଭ

ଛାତ୍ରୀଙ୍କୁ ନ୍ୟାୟ ପାଇଁ ବିଜେଡି ପକ୍ଷରୁ ଏଫଏମ୍ କଲେଜ ଆଗରେ ବିକ୍ଷୋଭ

ବାଲେଶ୍ବର,୧୪/୭(ସମ୍ବାଦ ଓଡ଼ିଶା): ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ନିଆଁରେ ସାରା ଓଡ଼ିଶା ଜଳୁଛି। ଛାତ୍ରୀଙ୍କୁ ନ୍ୟାୟ ପାଇଁ ଜାରି ରହିଛି ପ୍ରତିବାଦ। ବିଜେଡି ପକ୍ଷରୁ ଆଜି ବାଲେଶ୍ବର ଏଫଏମ୍ କଲେଜ ଆଗରେ ବିକ୍ଷୋଭ କରାଯାଇଛି। ବାଲେଶ୍ଵରର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଜୋରଦାର ପ୍ରତିବାଦ କରିଛି ଦଳ । ଏଫଏମ କଲେଜ ସାମ୍ନାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ସାଂସଦ, ବିଧାୟକଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି। ତେବେ ଗେଟରେ ତାଲା ପକାଇ ଏହି ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିବା ବେଳେ ଗେଟ୍ ସାମ୍ନାରେ ଟାୟାର ଜାଳି ନ୍ୟାୟ ଦାବିରେ ରାସ୍ତାରେ ବସିଥିଲେ ଦଳୀୟ କର୍ମୀ। ଅପାରଗ ସରକାର ରାଜ୍ୟରେ କଲେଜ ଛାତ୍ରୀଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ବୋଲି ବିଜେଡି କର୍ମୀ ଅଭିଯୋଗ ଆଣି ଉଭୟ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଏଥିସହ ସମସ୍ତ ଦୋଷୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଗତକାଲି ମଧ୍ୟ ବାଲେଶ୍ବର ଘଟଣାରେ ରାଜଧାନୀରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ରାଜଧାନୀରେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ସରକାରଙ୍କୁ ଘେରିବା ସହ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦାବି ହୋଇଥିଲା।

admin

admin

About Author

Leave a comment

Your email address will not be published. Required fields are marked *