ରାଉରକେଲା ରେ ୨୪ ଘଣ୍ଟିଆ ଧର୍ମଘଟ ଶାନ୍ତିପୂର୍ଣ
ବସ ଚଳାଚଳ, ଦୋକାନ ବଜାର ବନ୍ଦ
ରାଉରକେଲା,୯/୭(ସମ୍ବାଦ ଓଡ଼ିଶା ): ରାଉରକେଲା ରେ ୨୪ ଘଣ୍ଟିଆ ଧର୍ମଘଟ ଆରମ୍ଭ ହୋଇଯାଇଛି। ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ନୀତି ପ୍ରତିବାଦ, କଳା ଶ୍ରମ କୋଡ ବାତିଲ, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ, ମାସିକ ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା, ରାଷ୍ଟ୍ରାୟତ ସଂପଦ ର ସୁରକ୍ଷା, ଛଟେଇ ବନ୍ଦ ଓ ନିଯୁକ୍ତି ସୁଯୋଗ ପ୍ରଦାନ, ସ୍କିମ ଶ୍ରମିକ ମାନଙ୍କୁ ଶ୍ରମିକ ର ମାନ୍ୟତା ଓ ସାମାଜିକ ସୁରକ୍ଷା, ଚାଷୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଆଇନଗତ ଗ୍ୟାରେଣ୍ଟି ଆଦି ୧୭ ଦଫା ଦାବିରେ ୨୪ ଘଣ୍ଟିଆ ଆନ୍ଦୋଳନ ଚାଲିଛି। ବସ ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଛି।

