ନିରାକାରପୁର ଜଗନ୍ନାଥ ମନ୍ଦିର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ନିରାକାରପୁର,୮/୭(ସମ୍ବାଦ ଓଡ଼ିଶା,ସ୍ୱାଗତିକା ପାହାଡସିଂହ): ଆଜି ଜଗନ୍ନାଥ ମନ୍ଦିର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ଅବସରରେ ପୂଜା ପାଠ,ହୋମ,ଯଜ୍ଞ ଆଦି କାର୍ଯ୍ୟକ୍ରମ ଶାନ୍ତି ଶୃଖଂଳା ସହିତ ହୋଇଛି। ଅଂଚଳବାସୀ ତଥା ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ମନ୍ଦିର ପରିସରରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦନ କରିଛନ୍ତି।ଭକ୍ତ ଶ୍ରଦ୍ଧାଳୁ ମାନେ ପ୍ରଭୁକୃପା ଲାଭ କରିବା ସହିତ ଜଗନ୍ନାଥ ପ୍ରେମୀ ମାନେ ଉପସ୍ଥିତ ରହିଛନ୍ତି।ଜଗନ୍ନାଥ ମହାପ୍ରଭୁଙ୍କ ରିତିନିତୀ ଅନୁସାରେ ସମସ୍ତ କାର୍ଯ୍ୟ ସମାପନ ହୋଇଛି। ଆଜି ପୁରୁଣା ଗରୁଡ ମୂର୍ତ୍ତି ସ୍ଥାନରେ ନୂତନ ଗରୁଡ ମୂର୍ତ୍ତି ସ୍ଥାପନ କରାଯିବା ସହିତ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ଶେଷରେ ଭକ୍ତ ମାନେ ଜଗନ୍ନାଥଙ୍କ ପ୍ରସାଦ ପାଇଥିଲେ। ଗତ ୨ ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଡ଼ବଜାରର ଠାରେ ୫୪ ଫୁଟ ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ଜଗନ୍ନାଥ ମନ୍ଦିର ଜନସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହୋଇଥିଲା। ଯଜ୍ଞ ମଣ୍ଡପରେ ବ୍ରାହ୍ମଣ ତନ୍ତ୍ରପାଠ କରି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରିଥିଲେ। ଚତୁର୍ଦ୍ଧାମୂର୍ତ୍ତିଙ୍କ ନୁତନ ମନ୍ଦିର ପ୍ରବେଶ ,ରନ୍ର ସିଂହାସନ ଆରୋହଣ ପ୍ରାଣପ୍ରତିଷ୍ଠା ଦିଆଯାଇଥିଲା ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପାଶ୍ୱର୍ରେ ମା ମହାଲକ୍ଷ୍ମୀ ,ମା ବିମଳା, ଶ୍ରୀ ଧବଳେଶ୍ବର ମହାଦେବ ଓ ଶ୍ରୀ ଗଜାନନ ଵିଘ୍ନଵିନାସନ ମହାରାଜାଙ୍କର ପ୍ରାଣ ପ୍ରତିଷ୍ଠା ଓ ନୁତନ ମନ୍ଦିର ପ୍ରତିଷ୍ଠା ସଂପୂର୍ଣ୍ଣ ହୋଇଥିଲା। ଆଜିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସମସ୍ତ ସଭ୍ୟ ଓ କର୍ମକର୍ତ୍ତା ସହଯୋଗ କରିଥିଲେ।