ଟାଙ୍ଗୀ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ
ଖୋର୍ଦ୍ଧା ୦୮/୦୭( ସମ୍ବାଦ ଓଡ଼ିଶା, ସ୍ୱାଗତିକା ପାହାଡସିଂହ) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦାବି ପୂରଣ ନ ହେବା ଯାଏଁ ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ କରାଯାଉଛି l ଖୋର୍ଦ୍ଧା , ଟାଙ୍ଗୀ ସହରକୁ କୌଣସି ବସ୍, ଟ୍ରକ, ଅଟୋ ଏଂବ ଯାତ୍ରୀବାହୀ ଯାନ ଚଳାଚଳ ଠପ ହୋଇଯାଇଛି l ନା ନା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଯାତ୍ରୀ l ସମଗ୍ର ଓଡିଶା ରେ ଷ୍ଟିରିଙ୍ଗ ବନ୍ଦ ଆନ୍ଦୋଳନ ହେଉଥିବା ବେଳେ ଏହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି l ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି l ୬ଗୋଟି ଦାବି ନେଇ ଆନ୍ଦୋଳନ ତେଜିଛି ଯଥା ୧. ଓଡିଶା ମୋଟର ଟ୍ରାନ୍ସଫର ଡ୍ରାଇଭର ଏଂବ ୱାରକର ୱେଲଫୋର ବୋର୍ଡ ରେ ଅଟୋ ଡ୍ରାଇଭର ଙ୍କୁ ସାମିଲ,୨.ଜନ ସାଧାରଣଙ୍କ ଆକ୍ରୋଶ ରେ ଶିକାର ହେଉଥିବା ଡ୍ରାଇଭର ମାନଙ୍କର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଉ, ୩.ବୃତ୍ତିଗତ ଡ୍ରାଇଭର ଙ୍କୁ ୬୦ ବର୍ଷ ବୟସ ପରେ ଏକ ସ୍ୱତନ୍ତ୍ର ଭତ୍ତା ପ୍ରଦାନ କରାଯାଉ, ୪. ଗାଡି ଗୁଡିକ ପାର୍କିଂଏଂବ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ବିଶ୍ରାମଗାରଏଂବ ଶୌଚାଳୟ ବ୍ୟବସ୍ଥା ପ୍ରତି ୧୦୦ କି. ମି ଅନ୍ତରରେ କରାଯାଉ, ୫.ଓଡିଶା ରେ ଥିବା ପ୍ରତ୍ୟକ ଖଣି ଖାଦନ ଗୁଡିକରେ ଶତକଡା ୭୦ ଭାଗ ଓଡିଶା ର ଡ୍ରାଇଭର ମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯାଉ, ଏଂବ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ l ଏହି ୬ ଗୋଟି ଦାବି କୁ ନେଇ ଆନ୍ଦୋଳନ କରାଯାଇଛି ବୋଲି ଟାଙ୍ଗୀ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଜଣାପଡିଛି। ଏହି ଆନ୍ଦୋଳନରେ ଓଡ଼ିଶା ଡ୍ରାଇଭର ମହାସଂଘ ଟାଙ୍ଗି ବ୍ଳକ୍ ଜିଲ୍ଲା ଖୋର୍ଦ୍ଧା ସଭାପତୀ କୌସର ଖାନ୍ ଉପସଭାପତୀ ଏସ କେ ସକୁନ ସମ୍ପାଦକ ଭାସ୍କର ମହାପାତ୍ର ସହ ସମ୍ପାଦକ ରସାନନ୍ଦ ମୁଦୁଲି କୋସାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପରିମାଣିକ ସହ କୋସାଧ୍ଯକ୍ଷ ଅକ୍ଷୟ ସିଂ ସାମନ୍ତ ଉପଦେଷ୍ଟା ଅଜିତ ମହାନ୍ତି ସହ ଉପଦେଷ୍ଟା ପ୍ରଦୀପ ପାଇକରାୟ ଏନ଼ ଏଚ୍ ହିରୋ ଅକ୍ଷୟ ପଟ୍ଟସାଣି ସମେତ ବହୁ ସଂଖ୍ୟାରେ ଡ଼୍ରାଇଭର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପୋଖରୀଆ ସୁନେଇ ରୁପେଇ ପୀଠରେ ୧୬ ନଂ ଜାତୀୟ ରାଜପଥ କଡ଼ରେ ସାମିଲ ହୋଇଛନ୍ତି।