ପାରାଦୀପରେ ଜଳିଗଲା ମୋବାଇଲ ଦୋକାନ
ପାରାଦୀପ,୮|୫(ସମ୍ବାଦ ଓଡ଼ିଶା) : ପାରାଦୀପ ଇଫକୋ ଛକ ନିକଟରେ ଥିବା ବିଦେଶୀ କମ୍ୟୁନିକେସନ ମୋବାଇଲ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଇଫକୋ ଓ ଆର୍ସେଲର୍ ମିତ୍ତଲର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଲାଗିପଡି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ବିଭିନ୍ନ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଦୋକାନର ମାଲିକ ବିଦେଶୀ ମାଝୀ ଦୋକାନ ବନ୍ଦ କରି ଘରକୁ ଯିବା ପରେ ବିଳମ୍ବିତ ରାତି ପ୍ରାୟ ଦୁଇଟାରେ କୌଣସି କାରଣରୁ ଦୋକାନରେ ନିଆଁ ଲାଗି ଯାଇଥିଲା । ଫଳରେ ଦୋକାନଟି ହୁତୁହୁତୁ ହୋଇ ଜଳିଥିଲା । ଖବରପାଇ ଇଫକୋ ଓ ଆର୍ସେଲର୍ ମିତ୍ତଲର ନିଆଁଲିଭା ଗାଡି ପହଞ୍ଚି ନିଆଁକୁ ଆୟତ କରିଥିଲେ । ହେଲେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେବେ ଦୋକାନଟି ଏକ ମୋବାଇଲ ଦୋକାନ ହୋଇଥିବା ବେଳେ ଅନେକ ଗ୍ରାହକଙ୍କ ମରାମତି ମୋବାଇଲ ସହିତ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।