- ସୁନାବେଶରେ ଦର୍ଶନ ଦେଲେ ପ୍ରଭୁ ଅନନ୍ତ ପୁରୁଷୋତ୍ତମ ଦେବ
ଖୋର୍ଦ୍ଧା,୭/୭ (ସମ୍ବାଦ ଓଡ଼ିଶା)ମହାପ୍ରଭୁ ଙ୍କର ବାର ମାସରେ ତେର ଯାତ । ତନ୍ମଧ୍ୟରୁ ଘୋଷଯାତ୍ରା ଏକ । ରଥଯାତ୍ରା ଓ ବାହୁଡ଼ାଯାତ୍ରା ରେ ଭକ୍ତ ଓ ଭଗବାନ ଏକାଠି ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ପ୍ରେମ ଦେଖି ଆଉ ଗୋଟିଏ ଦିନ ଦାଣ୍ଡରେ ସୁନାବେଶ ହୋଇ ଦର୍ଶନ ଦେଇଥାନ୍ତି ମହାବାହୁ । ଆଷାଢ ଶୁକ୍ଲ ହରିଶୟନ ଏକାଦଶୀ ତିଥିରେ ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଖୋର୍ଦ୍ଧା ଉପକଣ୍ଠ ଜାଗୁଳାଇପାଟଣାସ୍ଥିତ ପୂର୍ଣ୍ଣବିଗ୍ରହ ଅନନ୍ତ ପୁରୁଷୋତମ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଓ ଦେବୀ ସୁଭଦ୍ରା । ସୁନାବଶେରେ ସଜିତ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।ଅପରାହ୍ନରେ ସାଧୁସନ୍ଥମାନେ ପ୍ରଭୁଙ୍କୁ ସନାବେଶରେ ସଜାଇବା ପରେ ସଂନ୍ଧ୍ୟା ପ୍ରାୟ ୬ଟା ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ରୀତିନୀତି ଅନୁସାରେ ସଂନ୍ଧ୍ୟାଧୂପ, ବନ୍ଦାପନା, ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିବାବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ । ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଆଜି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁନାବେଶ ଦର୍ଶନ ପରେ ଅଧରପଣା ଲାଗି ହେବ ଏବଂ ସୋମବାର ପୂର୍ବାହ୍ନ ୯ଟା ସମୟରେ ମହାପ୍ରଭୁ ଭାଇ, ଭଉଣୀ ଓ ସୁଦର୍ଶନଙ୍କ ସହ ନୀଳାଦ୍ରୀବିଜେ କରିବେ ବୋଲି ପୂଜକ କମଳଲୋଚନ ମହାରାଜଙ୍କ ସୂତ୍ରରୁ ଜଣାଯାଇଛି । ସେହିପରି ଗଡ ଖୋର୍ଦ୍ଧା, ସ୍ଥାନୀୟ ରାଧାବଲ୍ଲଭ ସାହିସ୍ଥିତ ଜଗନ୍ନାଥ, ଖୋର୍ଦ୍ଧା ଉପକଣ୍ଠ ଦଧିମାଛଗାଡିଆ ପ୍ରଭୃତି ସ୍ଥାନରେ ମହାପ୍ରଭୁଙ୍କ ସୁନାବେଶ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।