Sambad Odisha

ରାଜ୍ୟ

ରାମେଶ୍ଵର : ଜାତୀୟ ରାଜପଥ ଓଭର ବ୍ରିଜରେ ଜଳୁନି ଷ୍ଟ୍ରିଟ ଲାଇଟ     ଦୁର୍ଘଟଣାର ଶିକାର ହେଉଛନ୍ତି ଚାଳକ

ରାମେଶ୍ଵର : ଜାତୀୟ ରାଜପଥ ଓଭର ବ୍ରିଜରେ ଜଳୁନି ଷ୍ଟ୍ରିଟ ଲାଇଟ 

  1.    ଦୁର୍ଘଟଣାର ଶିକାର ହେଉଛନ୍ତି ଚାଳକ

ଖୋର୍ଦ୍ଧା, ୬/୭(ସମ୍ବାଦ ଓଡ଼ିଶା , ସ୍ୱାଗତିକା ପାହାଡସିଂହ) : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ରାମେଶ୍ଵର ଛକ ଓଭର ବ୍ରିଜ ଉପରେ ଲାଗିଥିବା ଷ୍ଟ୍ରିଟ ଲାଇଟ କିଛି ଦିନ ହେବ ଜଳୁ ନ ଥିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ ଓ ଗାଈଗୋରୁ। ବହୁ ସମୟରେ ଏହି ଷ୍ଟ୍ରିଟ ଲାଇଟ ଜଳୁ ନଥିଲେ ବି ସତେ ଯେମିତି ଏଥିପ୍ରତି ନିଘା ନାହିଁ। ବର୍ଷା ଦିନେ ପଲ ପଲ ଗାଈଗୋରୁ ରାସ୍ତା ଅବରୋଧ କରି ବସି ରହୁଥିବାରୁ ଚାଳକ ମାନେ ନିଜର ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ତୁରନ୍ତ ଏହି ଓଭର ବ୍ରିଜ ଉପରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଗୁଡ଼ିକ ଜଳାଇବା ସହିତ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଗାଈଗୋରୁ ମାନଙ୍କୁ ରାସ୍ତାରୁ ହଟାଇବା ବ୍ୟବସ୍ଥା କରିବାକୁ ଦାବି ହେଉଛି

admin

admin

About Author

Leave a comment

Your email address will not be published. Required fields are marked *