ପବିତ୍ର ବାହୁଡ଼ା ଯାତ୍ରାରେ ସମ୍ବାଦ ଓଡ଼ିଶା ନ୍ୟୁଜ ପୋର୍ଟାଲ ଉନ୍ମୋଚିତ
ଖୋର୍ଦ୍ଧା,୬/୬( ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପ୍ରଥମେ ନୂତନ କରି ଆତ୍ମ ପ୍ରକାଶ ପାଇଥିବା ସମ୍ବାଦ ଓଡ଼ିଶା ନ୍ୟୁଜ୍ ପୋର୍ଟାଲ ର ଲୋଗୋ ପୂଜା ହେବା ସହିତ ମହାପ୍ରଭୁଙ୍କୁ ବ୍ରହ୍ମ କମଳ ପୁଷ୍ପ ପ୍ରଦାନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଏହି ସମ୍ବାଦ ଓଡ଼ିଶା ନ୍ୟୂଜ୍ ପୋର୍ଟାଲ ର ଲୋକାର୍ପଣ ଉତ୍ସବ ସ୍ଥାନୀୟ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଲେଖକ, କଥାକାର ଓ ଜଗନ୍ନଥ ସଂସ୍କୃତି ଗବେଷକ ଡଃ ପୂର୍ଣ୍ଣ ଚନ୍ଦ୍ର ଦାଶ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଲୋକାର୍ପଣ କରିଥିଲେ। ଏହି ନ୍ୟୁଜ ପୋର୍ଟାଲ ସବୁଠାରୁ ଆଗରେ ସତ୍ୟ ଖବର ପରିବେଷଣ କରିବାର ଆଶା ରଖି ଏହାର ଉନ୍ନତି କାମନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ପୋର୍ଟାଲ ମୁଖ୍ୟ ସ୍ୱାଗତିକା ପାହାଡସିଂହ, ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଉପସଭାପତି ମାନସ ଚନ୍ଦ୍ର ପଟ୍ଟନାୟକ, ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆଇନ ପରାମର୍ଶ ଦାତା ତଥା ଅଧ୍ୟାପକ ଶ୍ୟାମ ସୁନ୍ଦର ପଟ୍ଟନାୟକ ଓ ସହଯୋଗ ପରିବାର ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ପ୍ରମୁଖ ଉପସ୍ଥିତ ରହି ସମସ୍ତେ ଏହି ୱେବ୍ ସାଇଟ୍ କୁ ପରିଦର୍ଶନ କରି ସତେଜ ଖବର ପାଇବା ପାଇଁ ସୂଚନା ଦେଇଥିଲେ।