ଆଜି ଦାରୁଦିଅଁଙ୍କ ରତ୍ନବେଦୀ ବିଜେ, ଅପରାହ୍ଣ ୪ଟାରୁ ପହଣ୍ଡି ଆରମ୍ଭ
ଆଜି ଦାରୁଦିଅଁଙ୍କ ରତ୍ନବେଦୀ ବିଜେ, ଅପରାହ୍ଣ ୪ଟାରୁ ପହଣ୍ଡି ଆରମ୍ଭ… ପୁରୀ,୮/୭(ସମ୍ବାଦ ଓଡ଼ିଶା): ଚଳିତବର୍ଷ ପାଇଁ ଶ୍ରୀମନ୍ଦିର ବାହାରେ ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ପବିତ୍ର ବାହୁଡ଼ା ଯାତ୍ରାରେ ଜନ୍ମବେଦୀରୁ ବାହୁଡ଼ି ଆସିଛନ୍ତି ଦାରୁବ୍ରହ୍ମ। ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ। ରଥାରୂଢ଼ ଠାକୁର ସୁନାବେଶରେ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ସେମାନଙ୍କୁ କୃତାର୍ଥ କରିଛନ୍ତି। ସୋମବାର ରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ମଙ୍ଗଳବାର ନୀଳାଦ୍ରବିଜେ। ଏହି ପବିତ୍ର ତିଥିରେ ରତ୍ନବେଦୀକୁ ବିଜେ କରିବେ ଦାରୁଦିଅଁ। […]