Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ଚଳିତବର୍ଷ ଖରିଫ ଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବାମ ପାର୍ଶ୍ଵ ମୁଖ୍ୟ କେନାଲ ଖୋଲିଲା l

  • July 7, 2025
  • 0 Comments

ଚଳିତବର୍ଷ ଖରିଫ ଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବାମ ପାର୍ଶ୍ଵ ମୁଖ୍ୟ କେନାଲ ଖୋଲିଲା l ନୂଆପଡ଼ା, ୭/୭:(ସମ୍ବାଦ ଓଡ଼ିଶା)ଚଳିତବର୍ଷ ଖରିଫ ଋତୁରେ ଜଳସେଚନ ପାଇଁ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତରଫରୁ ଆଜି ବିଧିବଦ୍ଧ ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ଵ ମୁଖ୍ୟ କେନାଲ ରେ ସକାଳ ୮.୦୦ ଘଟିକା ସମୟରେ ଜଳ ଛଡାଯାଇଆଛି । ଏହି କାର୍ଯ୍ୟକ୍ରମ ରେ ଅଧିକ୍ଷଣ ଯନ୍ତ୍ରୀ କେନାଲ ବିଭାଜନ ଖଡ଼ିଆଳ, ସୌମ୍ୟ କିଶୋର ଜୟପୁରୀୟା, ସମସ୍ତ ସହକାରୀ ନିର୍ବାହୀ […]

ଅପରାଧ

ଗଞ୍ଜାମରେ ପୁଣି ଗଡ଼ିଲା ମୁଣ୍ଡ ଘରେ ପଶି ଯୁବକଙ୍କୁ ହାଣିଲେ ବ୍ୟବସାୟିକ ଶତ୍ରୁତା ସନ୍ଦେହ

  • July 7, 2025
  • 0 Comments

ଗଞ୍ଜାମରେ ପୁଣି ଗଡ଼ିଲା ମୁଣ୍ଡ :ଘରେ ପଶି ଯୁବକଙ୍କୁ ହାଣିଲେ ବ୍ୟବସାୟିକ ଶତ୍ରୁତା ସନ୍ଦେହ ବ୍ରହ୍ମପୁର, ୭/୭ (ସମ୍ବାଦ ଓଡ଼ିଶା): ଗଞ୍ଜାମ ଜିଲ୍ଲାରେ ପୁଣି ଗଡ଼ିଛି ମୁଣ୍ଡ। ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡ଼ି ଗ୍ରାମରେ ଘରେ ପଶି ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ମୃତକ ଜଣଙ୍କ ହେଲେ ଦିଲ୍ଲୀପ କୁମାର ପାତ୍ର(୪୭)। ଗୋଳନ୍ଥରା ଥାନା ପୁଲିସ ମୃତଦେହ ଜବତ […]

ରାଜନୀତି ରାଜ୍ୟ

ଆଜି ରାଜ୍ୟ ବିଜେପି ସଭାପତି ନାମାଙ୍କନ…

  • July 7, 2025
  • 0 Comments

ଆଜି ରାଜ୍ୟ ବିଜେପି ସଭାପତି ନାମାଙ୍କନ ଭୁବନେଶ୍ୱର୭/୭(ସମ୍ବାଦ ଓଡ଼ିଶା): ରାଜ୍ୟ ବିଜେପି ସଭାପତି ପଦକୁ ନୋଇ ଦୀର୍ଘଦିନ ଧରି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ସୋମବାର ଏହାଉପରୁ ପରଦା ଉଠିବ। ସୋମବାର ସଭାପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ସଭାପତି ଦୌଡ଼ରେ ମନମୋହନ ସାମଲ ସବୁଠାରୁ ଆଗରେ ରହିଥିବା ବେଳେ ଦଳର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନାମ ମଧ୍ୟ ସଭାପତି ଦୌଡ଼ରେ […]

ଆଜି ଅଧରପଣା ନୀତି, ତିନି ରଥ ଉପରେ ଭାଙ୍ଗିବ ୯ ଅଧର ହାଣ୍ଡି

  • July 7, 2025
  • 0 Comments

  ଆଜି ଅଧରପଣା ନୀତି, ତିନି ରଥ ଉପରେ ଭାଙ୍ଗିବ ୯ ଅଧର ହାଣ୍ଡି , ପୁରୀ,୭/୭(ସମ୍ବାଦ ଓଡ଼ିଶା): ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ ଉପରେ ସୋମବାର ଅଧରପଣା ନୀତି ସମ୍ପନ୍ନ ହେବ। ଏହି ନୀତି ପାଇଁ ସ୍ୱତନ୍ତ୍ର ହାଣ୍ଡି ପ୍ରସ୍ତୁତ ହୋଇଛି। ତାହାକୁ ଅଧର ହାଣ୍ଡି କୁହାଯାଏ। ଏହି ହାଣ୍ଡିରେ ପଣା ପ୍ରସ୍ତୁତ ହୋଇ ଦାରୁବିଗ୍ରହଙ୍କ ପାଖରେ ଲାଗି ହେବ। ପ୍ରତି ଠାକୁରଙ୍କ ପାଖରେ ୩ ହାଣ୍ଡି ଲେଖାଏଁ ପଣା ଭୋଗ ହେବ। ଦାରୁବିଗ୍ରହଙ୍କ […]

ନୂଆପାଟଣା ଠାରେ ଧସିଲା ବୈତରଣୀ ନଦୀବନ୍ଧ

  • July 7, 2025
  • 0 Comments

ନୂଆପାଟଣା ଠାରେ ଧସିଲା ବୈତରଣୀ ନଦୀବନ୍ଧ ଦଶରଥପୁର, ୭/୭( ସମ୍ବାଦ ଓଡ଼ିଶା ):- ଗତକାଲି ସନ୍ଧ୍ୟାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀର ନିଜାମପୁର ପଞ୍ଚାୟତ ନୂଆପାଟଣା ଠାରେ ନଦୀ ବନ୍ଧ ଧସିଯାଇଥିବା ଦେଖିବାକୁ ମିଳିଛି, କନକ ଟିଭିରେ ଖବର ପ୍ରସାରଣ ହେବା ପରେ ପ୍ରଶାସନିକ ଅଧିକାରୀଙ୍କ ତତ୍ପରତା ଦେଖାଇଥିଲେ, ଏଡିଏମ୍ ଶିବାନନ୍ଦ ସ୍ୱାଇଁ, ଜଳସମ୍ପଦ  ଏସି  ରତ୍ନାକର ଦଳାଇ, ବିଡ଼ିଓ      ଆକାଶ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ରଶ୍ମିରଂଜନ ମଲିକ, ଆଇଆଇସି ଜଗଦୀଶ […]

ରାଜ୍ୟ

ଓଲଟିଲା ଅଟୋ, ୪ ଆହତ, ତିନି ଗୁରୁତର

  • July 7, 2025
  • 0 Comments

ଓଲଟିଲା ଅଟୋ, ୪ ଆହତ, ତିନି ଗୁରୁତର ରାଉରକେଲା,୭/୭(ସମ୍ବାଦ ଓଡ଼ିଶା ): ଏକ ଯାତ୍ରୀବାହି ଅ ଟୋ ଓଲଟି ପଡିବାରୁ ଆଜି ସକାଳେ ୬ ଜଣ ମହିଳାଙ୍କ ସମେତ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ବଣାଇ ଉପଖଣ୍ଡ ମହୁଲପଦା ଥାନା ଦେଲାସରାଇ ଅଞ୍ଚଳରେ ଘଟିଛି। କାମ କରିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଅଟୋ ଟି ଓଲଟି ପଡ଼ିଥିଲା। […]

ରାଜ୍ୟ

ସୁନାବେଶରେ ଦର୍ଶନ ଦେଲେ ପ୍ରଭୁ ଅନନ୍ତ ପୁରୁଷୋତ୍ତମ ଦେବ

  • July 7, 2025
  • 0 Comments

ସୁନାବେଶରେ ଦର୍ଶନ ଦେଲେ ପ୍ରଭୁ ଅନନ୍ତ ପୁରୁଷୋତ୍ତମ ଦେବ ଖୋର୍ଦ୍ଧା,୭/୭ (ସମ୍ବାଦ ଓଡ଼ିଶା)ମହାପ୍ରଭୁ ଙ୍କର ବାର ମାସରେ ତେର ଯାତ । ତନ୍ମଧ୍ୟରୁ ଘୋଷଯାତ୍ରା ଏକ । ରଥଯାତ୍ରା ଓ ବାହୁଡ଼ାଯାତ୍ରା ରେ ଭକ୍ତ ଓ ଭଗବାନ ଏକାଠି ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ପ୍ରେମ ଦେଖି ଆଉ ଗୋଟିଏ ଦିନ ଦାଣ୍ଡରେ ସୁନାବେଶ ହୋଇ ଦର୍ଶନ ଦେଇଥାନ୍ତି ମହାବାହୁ । ଆଷାଢ ଶୁକ୍ଲ ହରିଶୟନ ଏକାଦଶୀ ତିଥିରେ ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଖୋର୍ଦ୍ଧା […]

ରାଜ୍ୟ

ରାମେଶ୍ଵର : ଜାତୀୟ ରାଜପଥ ଓଭର ବ୍ରିଜରେ ଜଳୁନି ଷ୍ଟ୍ରିଟ ଲାଇଟ     ଦୁର୍ଘଟଣାର ଶିକାର ହେଉଛନ୍ତି ଚାଳକ

  • July 6, 2025
  • 0 Comments

ରାମେଶ୍ଵର : ଜାତୀୟ ରାଜପଥ ଓଭର ବ୍ରିଜରେ ଜଳୁନି ଷ୍ଟ୍ରିଟ ଲାଇଟ     ଦୁର୍ଘଟଣାର ଶିକାର ହେଉଛନ୍ତି ଚାଳକ ଖୋର୍ଦ୍ଧା, ୬/୭(ସମ୍ବାଦ ଓଡ଼ିଶା , ସ୍ୱାଗତିକା ପାହାଡସିଂହ) : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ରାମେଶ୍ଵର ଛକ ଓଭର ବ୍ରିଜ ଉପରେ ଲାଗିଥିବା ଷ୍ଟ୍ରିଟ ଲାଇଟ କିଛି ଦିନ ହେବ ଜଳୁ ନ ଥିବାରୁ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ ଓ ଗାଈଗୋରୁ। ବହୁ ସମୟରେ ଏହି ଷ୍ଟ୍ରିଟ ଲାଇଟ ଜଳୁ ନଥିଲେ ବି […]