Sambad Odisha

ରାଜ୍ୟ ଶିକ୍ଷା

ସରସ୍ଵତୀ ଶିଶୁ ମନ୍ଦିର  ବାଟିକା ଶ୍ରେଣୀ ମାତୃ ସମ୍ମିଳନୀ 

  •  ସରସ୍ଵତୀ ଶିଶୁ ମନ୍ଦିର  ବାଟିକା ଶ୍ରେଣୀ ମାତୃ ସମ୍ମିଳନୀ 

ନିରାକାରପୁର, ୧୪/୭(ସମ୍ବାଦ ଓଡ଼ିଶା,ସ୍ୱାଗତିକା ପାହାଡସିଂହ): ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଆର୍ଯ୍ୟବିହାର ନିରାକାରପୁର ପରିସରରେ ବାଟିକା ଶ୍ରେଣୀର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ମିଳନୀରେ ଅରୁଣ,ଉଦୟ ଓ ପ୍ରକାଶ ଶ୍ରେଣୀର ୧୮୭ ଜଣ ମା’ ଉପସ୍ଥିତ ଥିଲେ। ବିଦ୍ୟାମନ୍ଦିରର ବ୍ୟବସ୍ଥାନୁସାରେ ସର୍ବ ପ୍ରଥମେ ଉପସ୍ଥିତ ଥିବା ମା’ ମିଲି ଭୁଜବଳ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ବିଦ୍ୟାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଆଚାର୍ଯ୍ୟ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ , ଅଭିଭାବକ ଓ ଗୁରୁଜୀ ଗୁରୁମାଙ୍କ ମିଳିତ ସହଯୋଗରେ ଶିଶୁର ଉନ୍ନତି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ | ପ୍ରଧାନ ଆଚାର୍ଯ୍ୟା ନଳିନୀ ରଥ ଶିଶୁମାନଙ୍କର ଶିକ୍ଷାର ବିକାଶ ପାଇଁ ମା’ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ l ଶିଶୁମାନଙ୍କର ଶିକ୍ଷଣ କ୍ରିୟାକଳାପର ଭିଡ଼ିଓ ଗୁଡ଼ିକ ପଵିତ୍ର ଗୁରୁଜୀ ଓ ନିହାର ଗୁରୁଜୀ ପ୍ରଦର୍ଶନ କରିଥିଲେ। ବାଟିକା ଶ୍ରେଣୀର ଗୁରୁମାମାନେ ଭିନ୍ନ ଭିନ୍ନ ପଦ୍ଧତିରେ କାଳାଂଶ ନେଇଥିଲେ।ଯେଉଁଥିରେ ସମ୍ମିଳନୀରେ ଉପସ୍ଥିତ ଥିବା ମା’ ମାନେ ମଧ୍ୟ ସହଯୋଗ କରିଥିଲେ। ଏହି ଅବସରରେ ଶିଶୁ ମାନଙ୍କୁ ଶିକ୍ଷା ସମୟରେ ବ୍ୟବହୃତ ହେଉଥିବା ଶିକ୍ଷା ଉପକରଣ ର ପ୍ରଦର୍ଶନୀ ମା’ ମାନେ ବୁଲି ଦେଖିଥିଲେ। ପର୍ଯ୍ୟାୟ ପ୍ରମୁଖ ବିନୋଦ ବିହାରୀ ସେଠୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବାଟିକାଶ୍ରେଣୀର ତପସ୍ୱିନୀ ରଥ, ସୁମିତ୍ରା ସେନାପତି , କବିତା ପ୍ରଧାନ , ପ୍ରତିମା ଗଜେନ୍ଦ୍ର, ସାଧନା ମହାପାତ୍ର , ସୂର୍ଯ୍ୟସ୍ମିତା ମାନସିଂ , ପୁଷ୍ପାଞ୍ଜଳୀ ପଟ୍ଟନାୟକ , ପ୍ରିୟମ୍ବଦା ସାମନ୍ତରାୟ ତଥା ଅନ୍ୟ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିଲା

admin

About Author

Leave a comment

Your email address will not be published. Required fields are marked *