Stay Tuned!

Get trusted Odia news and updates delivered to your inbox. Subscribe now to stay connected!

ରାଜ୍ୟ

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ୨୪ ଘଣ୍ଟା ଭିତରେ ମୁଣ୍ଡଳୀରେ ପହଞ୍ଚିବ ପ୍ରଥମ ବନ୍ୟାଜଳ…

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, ୨୪ ଘଣ୍ଟା ଭିତରେ ମୁଣ୍ଡଳୀରେ ପହଞ୍ଚିବ ପ୍ରଥମ ବନ୍ୟାଜଳ…

ଭୁବନେଶ୍ବର,୭/୭(ସମ୍ବାଦ ଓଡ଼ିଶା): ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ହୀରାକୁଦର ୨୦ ଗେଟ ଦେଇ ୨.୯୫ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି। ଆସନ୍ତାକାଲି ସକାଳ ୬ଟା ପରେ ମୁଣ୍ଡଳିରେ ପହଞ୍ଚିବ ବନ୍ୟା ଜଳ। ୪.୫ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ଆସିବ। ଆଗାମୀ ଦିନରେ ବର୍ଷା ଅଧିକ ହେଲେ ଅଧିକ ଗେଟ ଖୋଲା ହେବ। ବୈତରଣୀ ୱାର୍ଣ୍ଣି ଲେବୁଲ ପାର କରିଛି। ଗେଟ ଖୋଲିବା ପରେ ଜଳ ନିଷ୍କାସନ ହେଉଛି ହେଲେ ବିପଦ ସଂକେତ ଛୁଇଁନି। ରେଙ୍ଗାଲି ଡ୍ୟାମର ଦୁଇଟି ଗେଟ ଦେଇ ୩ ହଜାର ୧୨୪ କ୍ୟୁମେକ ଜଳ ନିଷ୍କାସନ ହେଉଛି । ବୁଢ଼ାବଳଙ୍ଗରେ ଅଧିକ ଜଳ ଆସିବ ହେଲେ ବିପଦ ସଂକେତ ଛୁଇଁବ ନାହିଁ। ଯାଜପୁର ଜିଲ୍ଲା ଦଶରଥପୁରରେ ଗ୍ରାମୀଣ ବିକାଶ ପ୍ରୋଟେକ୍ସନ ୱାଲ କରିବାର ଥିଲା ହେଲେ କରିନାହାନ୍ତି। ତେଣୁ ଛୋଟ ଆକାରରେ ବନ୍ଧ ଭାଙ୍ଗିଛି ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।

admin

About Author

Leave a comment

Your email address will not be published. Required fields are marked *