ନୂଆଦିଲ୍ଲୀ : ଆଜି ଭୋରରୁ ଭୁଶୁଡିଲା ୪ ମହଲା କୋଠା। ମୁସ୍ତାଫାବାଦ ଅଞ୍ଚଳରେ ଆଜି ଭୋରରୁ ଏଭଳି ବଡ ଅଘଟଣ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଉ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।
ତେବେ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ରେସକ୍ୟୁ ଅପରେସନ୍ ଜାରି ରହିଛି। ଅଗ୍ନିଶମବାହିନୀ, ଏନଡିଆରଏଫ୍ ଟିମ୍, ଡଗ୍ ସ୍କ୍ଵାର୍ଡ ଏବଂ ପୁଲିସ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଭୋର୍ ପାଖାପାଖି ୩ଟା ବେଳେ ୪ ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଥିଲା। ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାହା ଅସ୍ପଷ୍ଟ ରହିଛି।