ଜିଲ୍ଲାସ୍ତରୀୟ ବନମହୋତ୍ସବ ସପ୍ତାହ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କୋରାପୁଟ,୬/୭,(ସମ୍ବାଦ ଓଡ଼ିଶା): ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ଅବସରରେ ଆଜି ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ କୋରାପୁଟ ସ୍ଥିତ ଥାର୍ଡ ବ୍ୟାଟଲିୟନ୍ କ୍ୟାମ୍ପସ ପରିସରରେ ଜିଲ୍ଲାସ୍ତରୀୟ ବନ ବନମହୋତ୍ସବ ସପ୍ତାହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଏକ ବର ଗଛ ଲଗାଇଥିଲେ। ଏହି ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଅଞ୍ଚଳରେ ବୃକ୍ଷ ରୋପଣ ପାଇଁ ମନ୍ତ୍ରୀ ଆହ୍ଵାନ କରିଥିଲେ।ବ୍ୟାପକ ବୃକ୍ଷରୋପଣ ଆମ ପରିବେଶକୁ ରକ୍ଷା କରିବା ସହିତ ମଣିଷର ଜୀବନ ଧାରଣାରେ ସହାୟତା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, କୋରାପୁଟ ବିଧାୟକ ରଘୁରାମ ମାଛ, କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ , ଏସ ପି ରୋହିତ ବର୍ମା, କୋରାପୁଟ ଡିଏଏଫ୍ କେଭି ଭାସ୍କର ରାଓ , କୋରାପୁଟ ରେଞ୍ଜର ଶୁଭାଶିଷ କୂଳଭୁଷଣ ପାହାଡସିଂହ,କୋରାପୁଟ ପୌରପରିଷଦ ଅଧକ୍ଷ ଲଲାଟ ରଂଜନ ସେଠୀ, କୋରାପୁଟ ଡିଆଇଜି ଅଖିଲେଶ୍ୱର୍ ସିଂହ ଓ ବିଏସଏଫ ଡିଆଇଜି ସତ୍ୟବାନ କାଞ୍ଚି ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ବନ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ। ଅନ୍ୟପଟେ ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ଶ୍ରୀ ପ୍ରଧାନ ସାମିଲ ହୋଇ ମହାପ୍ରଭୁଙ୍କ ରଥ ଟାଣିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀ, କର୍ମଚାରୀ ଓ ଦଳୀୟ କର୍ମୀମାନେ ଶାବର ଶ୍ରୀକ୍ଷେତ୍ରରେ ଯୋଗ ଦେଇଥିଲେ।