Sambad Odisha

ସ୍ପେଶାଲ

କ’ଣ ବାପାଙ୍କୁ ଡାଇବେଟିସ ହୋଇଥିଲେ ପିଲାଙ୍କୁ ହେବ କି ଏହି ସମସ୍ୟା? ଜାଣନ୍ତୁ ଉତ୍ତର

ଡାଇବେଟିସ୍ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ସାମ୍ନାକୁ ଆସୁଛି, ଯାହା ସମସ୍ତ ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଉଥିବା ଏହି ରୋଗ ଶରୀରର ବିଭିନ୍ନ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ। ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସବୁବେଳେ ଶର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଅନ୍ତି।

ଯେଉଁମାନଙ୍କ ପରିବାରରେ ପୂର୍ବରୁ କାହାଙ୍କୁ, ବିଶେଷ ଭାବେ ମା କିମ୍ବା ପିତାଙ୍କୁ ଯଦି ଡାଇବେଟିସ୍ ହୋଇଥିବ, ସେମାନଙ୍କୁ ଏହି ରୋଗର ଆଶଙ୍କା ଅଧିକ ରହିଛି। ଏପରି ଲୋକଙ୍କୁ ନିୟମିତ ସୁଗାର ଟେଷ୍ଟ କରିବା, ଜୀବନଶୈଳୀକୁ ସୁଧାରିବା ଏବଂ ଖାଦ୍ୟପେୟରେ ଉନ୍ନତି ଆଣିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି।

ଡାଇବେଟିସ୍‌ର ପ୍ରାରମ୍ଭିକ ଲକ୍ଷଣ କ’ଣ?

ବିଶେଷଜ୍ଞମାନେ କହିଛନ୍ତି ଯେ ଡାଇବେଟିସ୍‌ର ପ୍ରାରମ୍ଭିକ ପର୍ଯ୍ୟାୟ ବା ପ୍ରି-ଡାଇବେଟିସ୍‌ରେ କିଛି ଲକ୍ଷଣ ଦେଖାଦେଇଥାଏ, ଯାହା ସୂଚାଇଥାଏ ଯେ ଆପଣଙ୍କ ରକ୍ତ ଶର୍କରା ସ୍ତର ସାଧାରଣଠାରୁ ଅଧିକ, କିନ୍ତୁ ଏପର୍ଯ୍ୟନ୍ତ ଡାଇବେଟିସ୍ ନିଶ୍ଚିତ ହୋଇନାହିଁ। ଏହି ଲକ୍ଷଣଗୁଡ଼ିକୁ ଚିହ୍ନିବା ଏବଂ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ। ଯଦି ଡାଇବେଟିସ୍‌ର ଶୀଘ୍ର ଚିହ୍ନଟ କରାଯାଇ ଏବଂ ଚିକିତ୍ସା ଆରମ୍ଭ କରାଯାଏ, ତେବେ ଗୁରୁତର ଡାଇବେଟିସ୍ ଠାରୁ ରକ୍ଷା ପାଇପାରିବେ।

ବାରମ୍ବାର ଶୋଷ ଓ ପରିସ୍ରା ଲାଗିବା ଭଲ ଲକ୍ଷଣ ନୁହେଁ। ଯଦି ଆପଣଙ୍କୁ ଲଗାତାର ଏବଂ ଅତ୍ୟଧିକ ଶୋଷ ଲାଗୁଛି, ତେବେ ଏହା ରକ୍ତ ଶର୍କରା ସ୍ତର ବୃଦ୍ଧିର ସଙ୍କେତ ହୋଇପାରେ। ଅଧିକ ଶୋଷକୁ ଚିକିତ୍ସା ଭାଷାରେ ‘ପଲିଡିପ୍ସିଆ’ କୁହାଯାଏ। ଉଚ୍ଚ ଶର୍କରା ମାତ୍ରା ଯୋଗୁଁ କିଡ୍‌ନିକୁ ଶରୀରରୁ ଅତିରିକ୍ତ ଶର୍କରା ଛାଣି ବାହାର କରିବାକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ, ଯାହାଦ୍ୱାରା ଶରୀରର ତରଳ ପଦାର୍ଥ ବାହାରିଯାଏ ଏବଂ ଡିହାଇଡ୍ରେସନ୍ ହୋଇଥାଏ। ଫଳରେ ଶୋଷ ଅଧିକ ଲାଗିଥାଏ। ସେହିପରି ବାରମ୍ବାର ପରିସ୍ରା ଲାଗିବା ମଧ୍ୟ ଉଚ୍ଚ ରକ୍ତ ଶର୍କରାର ଏକ ଲକ୍ଷଣ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଓଜନ ହ୍ରାସ ଓ ଥକ୍କାପଣ

କୌଣସି ବିନା କାରଣରେ ଯଦି ଆପଣଙ୍କ ଓଜନ ସ୍ୱାଭାବିକ ଠାରୁ ଅଧିକ କମିଯାଉଛି ତେବେ ଏହା ଅନେକ ରୋଗର ସଙ୍କେତ ହୋଇପାରେ। ଯାହା ଡାଇବେଟିସ୍ ବା ଏହାର ଆରମ୍ଭର ଲକ୍ଷଣ ମଧ୍ୟ ହୋଇପାରେ। ଓଜନ ହ୍ରାସ ସହିତ ଲଗାତାର ଥକ୍କାପଣ ଅନୁଭବ ହେବା ମଧ୍ୟ ଭଲ ସଙ୍କେତ ନୁହେଁ। କୋଷଗୁଡ଼ିକରେ ଗ୍ଲୁକୋଜ୍‌ର ଅଭାବ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ଏପରି ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ସୁଗାର ଟେଷ୍ଟ କରାନ୍ତୁ।

admin

About Author

Leave a comment

Your email address will not be published. Required fields are marked *

You may also like

ସ୍ପେଶାଲ

ପଛୁଆ ଚାଲିବାର ଜବରଦସ୍ତ ଫାଇଦା , ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

There are many variations of passages of Lorem Ipsum available but the majority have suffered alteration in that some injected
ସ୍ପେଶାଲ

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ, ଏହି ରାଶି ହେବେ ଭାଗ୍ୟବାନ୍‌ !

There are many variations of passages of Lorem Ipsum available but the majority have suffered alteration in that some injected