Sambad Odisha

ରାଜ୍ୟ ସ୍ପେଶାଲ

ଈ-କେୱାଇସି କରି ନଥିଲେ ଜିଲ୍ଲା ରେ ବାଦ୍ ପଡ଼ିବେ ୬୭,୮୪୪ ଜଣ ରାସନ୍ ହିତାଧିକାରୀ * ଭୂତ ରାସନ୍ ହିତାଧିକାରୀଙ୍କୁ ଶକ୍ତ ଧକ୍କା

ଈ-କେୱାଇସି କରି ନଥିଲେ ଜିଲ୍ଲା ରେ ବାଦ୍ ପଡ଼ିବେ ୬୭,୮୪୪ ଜଣ ରାସନ୍ ହିତାଧିକାରୀ

* ଭୂତ ରାସନ୍ ହିତାଧିକାରୀଙ୍କୁ ଶକ୍ତ ଧକ୍କା

ଖୋର୍ଦ୍ଧା ,୧୫/୧୦(ସମ୍ବାଦ ଓଡ଼ିଶା): ଖୋର୍ଦ୍ଧା ଜିଲ୍ଲା ରେ ୬୭,୮୪୪ ଜଣ ଈ-କେୱାଇସି ଏ ପର୍ଯ୍ୟନ୍ତ କରି ନଥିବାରୁ ଏମାନେ ଭୂତ ରାସନ୍ ହିତାଧିକାରୀ ବୋଲି ସନ୍ଦେହ କରାଯାଉଛି। ଯେଉଁ ମାନେ କି ବର୍ତ୍ତମାନ ପର୍ଯ୍ୟନ୍ତ ଈ-କେୱାଇସି କରି ନାହାନ୍ତି ଯାହାକି ଜିଲ୍ଲା ଅତିରିକ୍ତ ଯୋଗଣ ଅଧିକାରୀ ଜୟନ୍ତ କୁମାର ଦାସ ଜଣାଈ ଛନ୍ତି। ସରକାର ଏକ ସ୍ବତନ୍ତ୍ର ଅଭିଯାନ ଜରୀଆରେ ଭୂତ ହିତାଧିକାରୀ ଙ୍କୁ ଚିହ୍ନଟ ବା ମୃତ୍ୟୁ ପରେ ମଧ୍ୟ କିଛି ରାସନ୍ କାର୍ଡ ଧାରୀ ରାସନ୍ ଗ୍ରହଣ କରୁଥିବାର ସନ୍ଦେହ ରେ ଏହି ଅଭିଯାନ ମାନ୍ୟବର ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ଆରମ୍ଭ କରାଯାଇଥିଲା । ଯେଉଁ ମାନେ ପେଟ ପାଟଣା ପାଇଁ ବାହାର ଦେଶ କୁ ଚାଲି ଯାଇଛନ୍ତି ସେମାନେ ଆସି ଈ-କେୱାଇସି କରି ପାରି ନାହାଁନ୍ତି ଆଉ କିଛି ବଞ୍ଚି ଥିଲେ ମଧ୍ୟ ବେଡ ରୁ ଉଠି ପାରୁ ନାହାନ୍ତି ।ସେମାନଙ୍କର ମଧ୍ୟ ଈ-କେୱାଇସି ହୋଇ ପାରି ନାହିଁ କିଛି ବୁଦ୍ଧିଜୀବି ମତ ବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ୩୦ ଥିଲା ଈ-କେୱାଇସି କରିବାର ଅନ୍ତିମ ତାରିଖ ଯାହାକି ବର୍ତ୍ତମାନ ସରି ଯାଇଛି । ଅଗଷ୍ଟ ୨୦୨୪ ରୁ ପ୍ରଥମେ ଆରମ୍ଭ ହୋଇ ସେପ୍ଟେମ୍ୱର ୩୦ ଯାଏଁ ଏହି ଈ-କେୱାଇସି କାର୍ଯ୍ୟ ଚାଲୁ ରହିଥିଲା ବୋଲି ଜଣା ପଡିଛି । ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମହୋଦୟ ଏକ ବାଇଟି ଜରିଆରେ କେନ୍ଦ୍ର ସରକାର ବର୍ତ୍ତମାନ ଈ-କେୱାଇସି ବନ୍ଦ କରିଦେଇଛନ୍ତି ଅବଧି ମଧ୍ୟ ସରି ଯାଇଛି ଡେଟ୍ ଲାଇନ ପୂର୍ବରୁ ସମସ୍ତେ ଈ-କେୱାଇସି କରିଦେବା କଥା ବର୍ତ୍ତମାନ ଚାଉଳ ସେମାନଙ୍କୁ ଦିଆଯାଉଛି। ଆଗକୁ ଆଉ ସେମାନଙ୍କୁ ରାସନ୍ ମିଳିବ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ଇ-କେୱାଇସି କରି ନାହାନ୍ତି ମାନେ ଚାଉଳ ନାହିଁ , ଯଦି କେନ୍ଦ୍ର ସରକାର ସମୟ ଅବଧି ଘୁଞ୍ଚାଇବେ ତାହେଲେ ରାଜ୍ୟ ସରକାର ସମୟ ଅବଧି ଘୁଞ୍ଚାଇ ପାରେ ବୋଲି ମନ୍ତ୍ରୀ କହିଛନ୍ତି।ଏଠି କଥା ଉଠୁଛି ଯଦି କେନ୍ଦ୍ର ସରକାର ସମୟ ଅବଧି ବଢାଇ ବେ ତାହେଲେ ରାଜ୍ୟ ମଧ୍ୟ ବଢାଇବେ ବୋଲି ଜଣାପଡିଛି। ବର୍ତ୍ତମାନ ସୁଦ୍ଧା କାହିଁକି ୬୭,୮୪୪ ଜଣ ହିତାଧିକାରୀ ଈ-କେ ୱାଇସି କରି ନ ଥିବାରୁ ଜିଲ୍ଲାରେ ନିଶ୍ଚିତ ଭୂତ ହିତାଧିକାରୀ ଅଛନ୍ତି ବୋଲି ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରେ।ଟାଙ୍ଗୀ ବ୍ଲକ ରେ ଶିବରାମ ବିଶ୍ୱାଳ ବ୍ଲକ୍ ଯୋଗାଣ ଅଧିକାରୀ ଙ୍କୁ ପଚାରିବାରୁ ୪୩୩୦ ଜଣ ବର୍ତ୍ତମାନ ସୁଦ୍ଧା ଈ-କେୱାଇସି କରି ନାହାନ୍ତି ବୋଲି ସୂଚନା ଦେଇଥିଲେ। ତେବେ ବାକି ରହିଲା ଆଉ ତାରିଖ ଘୁଞ୍ଚୁଛି ନା ଭୂତ ରାସନ ହିତାଧିକାରୀଙ୍କ ରାସନ ବନ୍ଦ ହେଉଛି।

 

admin

About Author

Leave a comment

Your email address will not be published. Required fields are marked *