ୱିଣ୍ଡୋଜ ୧୦ ଆଉ ଚାଲିବନି କମ୍ପ୍ୟୁଟର ରେ
ଖୋର୍ଦ୍ଧା,୧୫/୧୦( ସମ୍ବାଦ ଓଡ଼ିଶା): ଆଜିକାଲି ସବୁ କାର୍ଯ୍ୟରେ କମ୍ପ୍ୟୁଟର ଆବଶ୍ୟକ ହେଉଛି । ଗୋଟିଏ ରାସନ୍ ଦୋକାନ ଠାରୁ ଆରମ୍ଭ କରି ବଡ଼ ସଫ୍ଟୱେର ଅଫିସ ଯାଏଁ ସମସ୍ତେ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି। ଆଉ କମ୍ପ୍ୟୁଟର ପାଇଁ ସଫ୍ଟୱେର ଆବଶ୍ୟକ ଯେଉଁ ଥୀରେ ସବୁ ତଥ୍ୟ , ପ୍ରୋଗ୍ରାମିଙ୍ଗ ଅଛି ଯାହାକି ମଣିଷ କୁ ସହଜରେ ସବୁ ତଥ୍ୟ ସାଇତି ରଖିବା ସହ ଦୈନଦିନ କାର୍ଯ୍ୟ ସୁଗମ ହୋଇ ପାରୁଅଛି ।କିଛି ସ୍ଥାନରେ ବ୍ୟାଙ୍କିଙ୍ଗ କାର୍ଯ୍ୟ , ବ୍ୟବସାୟ ହିସାବ ଗୁଡ଼ିକ ୱିଣ୍ଡୋଜ-୧୦ ସଫ୍ଟୱେର ହେଉଥିଲା ଯାହାକି ବର୍ତ୍ତମାନ ବଦଳାଇ ବାକୁ ପଡ଼ିବ । ଅକ୍ଟୋବର ୧୩ , ୨୦୨୫ ତାରିଖ ରେ ମାଇକ୍ରୋସଫ୍ଟ ୱିଣ୍ଡୋଜ-୧୦ ସଫ୍ଟୱେର ଅପଡେଟ ବନ୍ଦ୍ କରିଦିଆଯାଇଛି ଯାହା ଫଳରେ ସାଇବର ଆଟକ୍ ବୃଦ୍ଧି ପାଇବାର ସହ ତଥ୍ୟ ଯାହାକି କମ୍ପ୍ୟୁଟର ରେ ସେଭ୍ କରି ରଖା ଯାଇଅଛି ତାହା ମଧ୍ୟ ହରାଇବାର ସମ୍ଭାବନା ଅଛି । ସାଇବର ସିକୁରିଟି, ଆଣ୍ଟୀ ଭାଇରସ, ପ୍ରୋଗ୍ରାମ ସଫ୍ଟୱେର ଆଉ ଚାଲିବ ନାହିଁ ବର୍ତମାନ ର ସୁରକ୍ଷା କୁ ଦେଖିଲେ ୱିଣ୍ଡୋଜ -୧୧ ରେ ଏ ସବୁ ସୁବିଧା ଅଛି ଯାହାକି ୱିଣ୍ଡୋଜ-୧୦ ରେ ନାହିଁ । ତେଣୁ କିଛି ଆଇ.ଟି ଏକ୍ସପର୍ଟ କହିବା ଅନୁସାରେ ଅଟୋ ଅପଡେଟ କମ୍ପ୍ୟୁଟର ବନ୍ଦ୍ ରେ କରି ଯଥା ସମ୍ଭବ ୱିଣ୍ଡୋଜ-୧୧ କୁ ଲୋଡ ବା ଆପଣାଇ ନେବାର ଅଛି ନହେଲେ ଡାଟା ହରାଇବାର ସହ କମ୍ପ୍ୟୁଟର ମଧ୍ୟ ବନ୍ଦ୍ ହୋଇଯିବାର ସମ୍ଭାବନା ଅଛି ।ମାଇକ୍ରୋସଫ୍ଟ ଅଧିକାରୀ ଙ୍କ କହିବ ଅନୁଯାୟୀ ଏହା ୟୁଜର ଙ୍କ ଭଲ ପାଇଁ କରାଯାଇଛି ୱିଣ୍ଡୋଜ-୧୦ ରେ ୱିଣ୍ଡୋଜ-୧୧ ତୁଳନାରେ ସାଇବର୍ ସିକ୍ୟୁରିଟି ଏବଂ ଅନ୍ୟାନ୍ୟ ସୁବିଧା କମ୍ ଅଛି ଯାହାଫଳରେ କମ୍ପାନୀ ଦ୍ଵାରା ମାଇକ୍ରୋସଫ୍ଟ ସଫ୍ଟୱେର ବ୍ୟବହାରି ଙ୍କୁ ଅଧିକ ସୁରକ୍ଷା ଏବଂ ସୁବିଧା ଦେବା ପାଇଁ ୱିଣ୍ଡୋଜ-୧୦ କୁ ବନ୍ଦ କରାଯାଇ ୱିଣ୍ଡୋଜ-୧୧ କୁ ଇନଷ୍ଟାଲ କରିବାକୁ ଅନୁରୋଧ କରାଯାଈଅଛି
।