Sambad Odisha

ରାଜ୍ୟ ଶିକ୍ଷା

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ଉଦଯାପିତ

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ଉଦଯାପିତ

ନିରାକାରପୁର,୧୫/୧୦ (ସମ୍ବାଦ ଓଡ଼ିଶା): ଆଜି ଭୁଷଣ୍ଡପୁର କ୍ଳଷ୍ଟର ସ୍ତରୀୟ ସୁରଭି ମହୋତ୍ସବ ସ୍ଥାନୀୟ ରିଫୁଜି ଉଚ୍ଚ ବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି l ଉକ୍ତ ଉତ୍ସବରେ ଟାଙ୍ଗି ଭାରପ୍ରାପ୍ତ ଗୋଷ୍ଠୀ ସହକାରୀ ଶିକ୍ଷାଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା,ସ୍ଥାନୀୟ ସରପଞ୍ଚ ଭୀମସେନ ବେହେରା,ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାପାତ୍ର , ରିଫୁଜି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଭବାନୀ କୁମାରୀ ମହାରଣା,ଟାଙ୍ଗି ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଅମ୍ଳାନ ପ୍ରହରାଜ, ଶିକ୍ଷକ ପ୍ରଶାନ୍ତ କୁମାର ରାୟ,ଦୁଃଶାସନ ସେଠୀ ,ସିଆରସିସି ସପନ ସର୍ଦାର ଅତିଥିଭାବେ ଯୋଗଦେଇ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଅପରାହ୍ଣରେ ଉଦଯାପନ ଉତ୍ସବରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ଅତିଥି ବୃନ୍ଦ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତରେ ପୁରସ୍କୃତ କରିଥିଲେ lବରିଷ୍ଠ ଓ କନିଷ୍ଠ,ଏହି ଦୁଇଟି ବର୍ଗରେ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା l ଏଥିରେ କ୍ଳଷ୍ଟରରେ ଥିବା ସମସ୍ତ ବିଦ୍ୟାଳୟର ପ୍ରତିଯୋଗୀମାନେ ତର୍କ,ପ୍ରବନ୍ଧ,କୁଇଜ୍,ସୃଜନଶୀଳ ଲିଖନ, ବକ୍ତୃତା,ଚିତ୍ରାଙ୍କନ,ଚିତ୍ରକଳା ଓ ହସ୍ତକଳା, ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର,ସାଂସ୍କତିକ କାର୍ଯ୍ୟକ୍ରମ ପ୍ରଭୃତି ପ୍ରତିଯୋଗିତାରେ ଭାଗନେଇ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ପବିତ୍ର କୁମାର ସାହୁ,ଜ୍ୟୋତ୍ସ୍ନା ଭୋଇ,ସୁନମ ସୁନା ମାଝୀ, ବିଧୁ ଭୂଷଣ ଦାଶ, ରଶ୍ମିତା ପଟ୍ଟନାୟକ, କୁନ୍ତଳା କୁମାରୀ ବେହେରା, ନିହାରିକା ସାହୁ, ବନିତା ଦାସ, ମାନସ୍ବିନ୍ନି ମହାପାତ୍ର, ଲତା ଖଟେଇ, ଅର୍ପିତା ସେଠୀ ପ୍ରମୁଖ ପରିଚାଳନା କରିଥିଲେ l ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ପୁରସ୍କାର ପାଇଥିବା ପ୍ରତିଯୋଗୀ ପ୍ରତି ଯୋଗିନୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ, ଅଙ୍କିତା ଜେନା, ସ୍ମୃତିରେଖା ବାରିକ, ସ୍ୱୟଂ ଶ୍ରଦ୍ଧା ପ୍ରଧାନ, ସ୍ମୃତିରେଖା ବେହେରା, ହରପ୍ରିୟା ମହାରଣା, ରାଜ ଦାସ ସାଇ ସସ୍ମିତା ସ୍ୱାଇଁ, ପ୍ରିୟଦର୍ଶିନୀ ସାମନ୍ତରାୟ, ସୌମ୍ୟ ସମ୍ବିତ ସାହୁ ସଂଗୀତା ସାହୁ, ସନ୍ତୋଷୀ ବେହେରା, ସୁନୟନା ବେହେରା, ଅର୍ପିତା ସୁବୁଦ୍ଧି, ଖୁସି ବେହେରାଙ୍କୁ ପ୍ରଥମ ହୋଇ ଥିବାରୁ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ସିଆରସିସି ଶ୍ରୀ ସର୍ଦାର ସୂଚନା ଦେଇଥିଲେ

l

admin

About Author

Leave a comment

Your email address will not be published. Required fields are marked *