ଅଚ୍ୟୁତପୁର କ୍ଳଷ୍ଟର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଛାତ୍ରଛାତ୍ରୀ ଅନ୍ତର୍ନିହିତ ଗୁଣର ବିକାଶରେ ସହାୟ ହେଉଛି ସୁରଭି କାର୍ଯ୍ୟକ୍ରମ
ନିରାକାରପୁର,୧୫/୧୦: ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁର ଉପ୍ରା ବିଦ୍ୟାଳୟ ରେ ଆଜି ଅଚ୍ୟୁତପୁର କ୍ଳଷ୍ଟର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରାୟ ୧୨ ଟି ସ୍କୁଲର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଆଜି ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷୟତ୍ରୀ ନମିତା ନାୟକ ସଭାପତିତ୍ବ କରିଥିବାବେଳେ ଅତିଥି ଭାବେ ସ୍ଥାନୀୟ ସରପଂଚ ସୋନାଲି ମହାପାତ୍ର , ସିଆରସିସି ବିଜୟ କୁମାର ମାନସିଂହ, ସମାଜସେବୀ ଟଙ୍କଧର ମହାପାତ୍ର, ଏସଏମସି ଅଜୟ କୁମାର ନାୟକ ଓ ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣଲତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେହିପରି ଅପରାହ୍ନ ରେ ଉଦଯାପନୀ ଉତ୍ସବରେ ଅତିଥି ଭାବେ କମାଗୁରୁ ପୂର୍ବତନ ସରପଞ୍ଚ ମନୋରଞ୍ଜନ ଚଂପତି, ସମିତି ସଭ୍ୟ ଙ୍କ ପ୍ରତିନିଧି ସନ୍ତୋଷ କୁମାର ଦାମ୍ବଳ , ସହଯୋଗ ପରିବାର ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ , ଶିକ୍ଷକ ସୋମନାଥ ବେହେରା, ସତ୍ୟନାରାୟଣ ବ୍ରହ୍ମା ମହାପାତ୍ର, ଜ୍ଞାନ ରଞ୍ଜନ ମହାନ୍ତି, ବିରଞ୍ଚି ନାରାୟଣ ନିସଙ୍କ , ସୁକାନ୍ତ କୁମାର ନାୟକ, ଶିକ୍ଷୟତ୍ରୀ ସୁନୀତାବାଳା ଶ୍ରୀଚନ୍ଦନ, ପ୍ରଭାତୀ ଜେନା ଓ ହର୍ଷମଣୀ ଦେଇ ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ।ଏଥିରେ ବକୃତା, କବିତା ଆବୃତ୍ତି, ଗଳ୍ପ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ ଏବଂ ନୃତ୍ୟ ଭଳି ଭିନ୍ନ ଭିନ୍ନ ପ୍ରତିଯୋଗିତା ରେ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ। ବିଚାରକ ଭାବେ ମୀନକେତନ ଦାସ, ବାସନ୍ତୀ ବେହେରା, ସୌଦାମିନୀ ଗୁମାନସିଂ, ସସ୍ମିତା ପ୍ରଧାନ, ଅମିୟ ସିଂହ, ଅଧିକାରୀ ସାହୁ, ଅନୁଷୟା ଛୋଟରାୟ, ଆଶାମଣୀ ଦେଇ, ଜୟନ୍ତୀ ମାଟି, ଲକ୍ଷ୍ମୀଧର ସାହୁ, ରତ୍ନାକର ବେହେରା, ପ୍ରଶାନ୍ତ କୁମାର ସାମନ୍ତ ସିଂହାର, ବେବିନା ପ୍ରଧାନ , ବାବୁଲ ନାୟକ, ମୃତ୍ୟୁଞ୍ଜୟ ଜୟସିଂହ, ସୌଭାଗିନି ଦାଶ ଓ ତନ୍ମୟୀ ମହାପାତ୍ର ପ୍ରମୁଖ ମୂଲ୍ୟାୟନ କରିଥିଲେ। ମଞ୍ଚକୁ ଶିକ୍ଷକ ନିଳାନ୍ଦ୍ରୀ କୁମାର ସିଂ ପରିଚାଳନା କରିଥିବାବେଳେ ଦୋଳଗୋବିନ୍ଦ ବାରିଶଲ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।କ୍ଲଷ୍ଟର ସ୍ତରୀୟ ଯେଉଁ ମାନେ ପ୍ରଥମ ସ୍ଥାନ ଅଧିକାର କରିଲେ ସେମାନେ ବ୍ଲକ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହେବେ ।