* ପ୍ରଶାସନ ଆନ୍ତରିକତା ଅଭାବରୁ ଗୋ ମାତା ଓ ମଣିଷଙ୍କ ଜୀବନ ଏବେ ପାଣି ଫଟକା
* ଗୋ ମାତା ଚାଲାଣ ଏବଂ ରାସ୍ତା ରେ ଜୀବନ ଯାଉଛି ଏଥି ପାଇଁ ଦାୟୀ କିଏ ?
ଖୋର୍ଦ୍ଧା,୧୨/୧୦(ସମ୍ବାଦ ଓଡ଼ିଶା): ଓଡ଼ିଆ ପରମ୍ପରାରେ ଗୋ ମାତା ଙ୍କୁ ଦେବତା ରୂପେ ପୂଜା କରାଯାଏ। ଗୋ ମାତା ଙ୍କ ଠାରୁ କ୍ଷୀର , ଗୋବର , ଗୋ ମୂତ୍ର ମିଳିଥାଏ। କ୍ଷୀର ଅତ୍ୟନ୍ତ ଶରୀର ପାଇଁ ପୁଷ୍ଟିକର ବୋଲି ଅନେକ ଡାକ୍ତର କହୁଥବା ବେଳେ ଗୋବର ଆଉ ଗୋମୁତ୍ର ଯେଉଁଠାରେ ସିଞ୍ଚନ କରାଯାଏ ସେ ସ୍ଥାନ ପବିତ୍ର ହୋଇଯାଏ। ଏବେ ଦୈନଦିନ ବହୁ ସଂଖ୍ୟାରେ ଗାଈଗୋରୁ ରାସ୍ତା ଘାଟରେ ବସି ରହି ରାସ୍ତା ଅବରୋଧ କରୁଥିବାବେଳେ ଦୁଇ ଦିନ ତଳେ ଜିଲ୍ଲାର ଟାଙ୍ଗୀ ରାଜପଥ କଡ଼ରେ ଗୋଟିଏ ହାଇୱା ତଳେ ୧୦ ଟି ଗୋ ମାତା ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି । ଏହା ବଡ ହୃଦୟ ବିଦାରକ ଓ ଦୁଃଖ ଦାୟକ।ମାଲିକ ଙ୍କ ଭୁଲ ପାଇଁ ଗୋରୁ ମାନେ ଗ୍ରାମ୍ୟ ରାସ୍ତା , ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ସବୁ ଆଡ଼େ ଖାଲି ଗାଈ ଗୋରୁ ମାଳ ୧୦୦ ମିଟର ରାସ୍ତା ଅତିକ୍ରମ କରିବା ପାଇଁ ଲାଗୁଛି ଅଧ ଘଣ୍ଟା କାରଣ ଗାଈ ଗୋରୁ ଯେଉଁଠି ମେଳି ହୋଇ ବସିଛନ୍ତି ଯେତେ ଗାଡ଼ି ହର୍ନ ମାରିଲେ ବି ସେଠୁ ଉଠୁନାହାନ୍ତି। ଏଭଳି ଅବସ୍ଥାରେ କେମିତି ସୁରକ୍ଷିତ ଏବଂ ସୁଗମ ଯାତାୟାତ ହୋଇ ପାରିବ । ଆମର ଓଡ଼ିଆ ଲୋକେ କୁକୁର ରଖିବାକୁ ପସନ୍ଦ କରୁଛନ୍ତି କିନ୍ତୁ ଗୋ ମାତା ଙ୍କୁ ଘରେ ଗୁହାଳରେ ରଖିବାକୁ ପସନ୍ଦ କରୁନାହାନ୍ତି ଏପଟେ ଗୋ ଚାଲାଣ ବିରୋଧ ସ୍ୱର ଉଠାଉଛନ୍ତି କିନ୍ତୁ ନିରାପଦ ପାଇଁ ଜନ ସାଧାରଣ ଗୋଶାଳା କରିବାକୁ ପଛ ଘୁଂଚା ଦେଉଛେ । କେମିତି ବୁଲା ଗାଈ ଗୋରୁ ଙ୍କୁ ରଖା ଯାଇପାରିବ ସେଥିପାଇଁ ନିୟମ କଡ଼ା କଡି କରାଯିବ ଯଥା ପେଟ୍ରଲିଂ ମାଧ୍ୟମରେ ଯେଉଁଠି ଗାଈଗୋରୁ ମାଳ ମାଳ ହୋଇ ରହୁଛନ୍ତି ରାସ୍ତା ପଥ କ୍ଲିଅର୍ କରିବେ ପଥିକ ମାନଙ୍କୁ ନିରାପଦ ଯାତ୍ରା କରି ପାରିବେ ସେଥି ପାଇଁ ଜାତୀୟ ରାଜପଥ ବିଭାଗ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ଏବଂ ଯଦି ମାଲିକ ଜାଣି ଶୁଣି ଗୋରୁ ଙ୍କୁ ଘରେ ନ ରଖି ଉଦା ଛାଡ଼ୁ ଥାଏ ତାହେଲେ ତା ନାମରେ ପୋଲିସ ତା ଆଡୁ କେସ କରି କାର୍ଯ୍ୟାନୁଷ୍ଠାନ ଏବଂ ଫାଇନ ବ୍ୟବସ୍ଥା କଲେ ଏ ସବୁ କମି ଯାଇପାରିବ ବୋଲି କିଛି ସମାଜସେବୀ ମତ ବ୍ୟକ୍ତ କରିଛନ୍ତି । ପ୍ରଥମେ ଜିଲ୍ଲା ସ୍ତରରେ , ପରେ ବ୍ଲକ୍ ସ୍ତରରେ , ଏବଂ ପରିଶେଷରେ ଗ୍ରାମ ପଞ୍ଚାୟତ ସ୍ତରରେ ଗୋଟିଏ ଲେଖାଏଁ ଜନ ସାଧାରଣ ଗୋ- ଶାଳା ତିଆରି କରି ସରକାର ଙ୍କ ପାଣ୍ଠି ବିନିଯୋଗ କରି ଗୋଶାଳା ନିର୍ମାଣ କରି ଜିଲ୍ଲା ର ଅନେକ ସ୍ଥାନରୁ ଉଦା ବୁଲୁଥିବା ଗାଈ ଗୋରୁଙ୍କୁ ଆଣି ସେଠାରେ ରଖିବା ଏବଂ ଯତ୍ନ ନେବା ପାଇଁ ପଦକ୍ଷେପ ନେବା ପାଇଁ ଦାବି ହେଉଛି। ବେଳ ଥାଉ ବନ୍ଧ ବାନ୍ଧିବା ନ୍ୟାୟ ରେ ଯଦି ଏବେଠୁ ସତର୍କ ଜିଲ୍ଲା ପ୍ରଶାସନ ନ ହୁଏ ତାହେଲେ ଆଉ କିଛି ଦିନ ପରେ ଅଯଥା ଅନେକ ଗାଈ ଗୋରୁ ଙ୍କ ଏମିତି ଜୀବନ ଚାଲି ଯାଉଥିବ। ବିନା ମା ବାପା ଙ୍କ ର ସନ୍ତାନ ଭଳି ଗୋ ମାତା ଙ୍କ ପାଣି ଫଟକା ଭଳି ଜୀବନ ଯିବା ସହିତ ଯାତ୍ରୀ ମାନଙ୍କ ପାଇଁ ବି ବିପଦ ସୃଷ୍ଟି ହେଉଥିବ।ଗତ ଆର୍ଥିକ ବର୍ଷ ୨୦୨୪-୨୫ ରେ ଖୋର୍ଦ୍ଧା କୁ ସର୍ବମୋଟ ୮୧ ଟି ଗୋପାଳନ ( କାମଧେନୁ) ଯୋଜନା ରେ ଟାର୍ଗେଟ ଦିଆଯାଇଥିଲା ଯାହାକି ହାସ୍ୟାସ୍ପଦ ହୋଇ ପଡ଼ିଛି..। ଏ ବିଷୟରେ ଖୋର୍ଦ୍ଧା ଜିଲ୍ଲା ଉପନିର୍ଦେଶକ ପ୍ରାଣୀ ଚିକିତ୍ସା ଡ ମାନସ ଚନ୍ଦ୍ର ଚାନ୍ଦ ଙ୍କୁ ପଚାରିବାରୁ ସେ କହିଲେ ଚଳିତ ବର୍ଷ କାମଧେନୁ ଯୋଜନାରେ ସାମିଲ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ଅଧିକରୁ ଅଧିକ ଲୋକ ଗୋପଳକ ଏଥିରେ ଆବେଦନ କରି ପାରିବେ। କାମଧେନୁ ଯୋଜନା ରେ ରାଜ୍ୟ ବାହାରୁ ଗାଈ ଅଣାଯିବ। ସେଥି ପାଇଁ ସମୁଦାୟ ୧ ଲକ୍ଷ ୮୦ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଥିବାବେଳେ ଅନୁସୂଚିତ ଜାତି , ଜନଜାତି ଓ ମହିଳାଙ୍କ ପାଇଁ ୧ ଲକ୍ଷ ୨୬ ହଜାର ଟଙ୍କା ସବସିଡି , ପୁରୁଷଙ୍କୁ ୧ ଲକ୍ଷ ୮ ହଜାର ଟଙ୍କାର ସବସିଡି ର ବ୍ୟବସ୍ଥା ରହିଛି। ଯଦି ଜଣେ ଉଭୟ ଗୁହାଳ ନିର୍ମାଣ ଓ ଗାଈ କ୍ରୟ ପାଇଁ ଆବେଦନ କରନ୍ତି ତେବେ ୨ ଲକ୍ଷ ୩୦ ହଜାର ଟଙ୍କା ଋଣ ପ୍ରଦାନ ସହିତ ଅନୁସୂଚିତ ଜାତି , ଜନଜାତି ଓ ମହିଳାଙ୍କ ପାଇଁ ସବସିଡି ବାବଦକୁ ୧ ଲକ୍ଷ ୬୧ ହଜାର ଓ ପୁରୁଷଙ୍କ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କାର ରିହାତି ପ୍ରଦାନ କରାଯିବାର ସୁଯୋଗ ରହିଛି। ଚଳିତ ବର୍ଷ ଯେଉଁ ମାନେ ଆବେଦନ କରିବେ ସେମାନେ ଡିସେମ୍ବର ମାସ ସୁଦ୍ଧା ସାରିବାକୁ ଟାର୍ଗେଟ ରହିଛି ନଚେତ୍ ସେମାନେ ଆଗାମୀ ବର୍ଷ ଯେତେବେଳେ ଆବେଦନ ପାଇଁ ବାହାରିବ ଏବେ ଆବେଦନ କରିପାରିବେ ବୋଲି ଜଣାଇଛନ୍ତି।ଅନ୍ୟ ପଟେ ଗୋମାତା ଯୋଜନା ରେ ଭ୍ରାମ୍ୟମାଣ ପଶୁ ଚିକିତ୍ସା ମାଧ୍ୟମରେ ସମସ୍ତ ଗୋ ମାତା ଙ୍କୁ ଚିକିତ୍ସା କରିବାର ବ୍ୟବସ୍ଥା ରହିଛି।ଗାଈ ଗୋରୁ ଚିହ୍ନଟ କରିବା ସହ ଇନ୍ସୁରାନ୍ସ କରିବା ମଧ୍ୟ ସୁବିଧା ଥିବା ବେଳେ ମାଲିକ ମାନେ ଦୟାଭାବ ତ୍ୟାଗ କରି ରାଜ ରାସ୍ତା ଗୋରୁ ଙ୍କୁ ବିପଦ ମୁହଁକୁ ଠେଲି ଦେଉଛନ୍ତି।ସହର ରେ ଅଧିକ ବୁଲା କୁକୁର ବୁଲିଲେ ବୋଲି ତାଙ୍କ ପାଇଁ ଏକ ଗାଜେଟ ପାସ କରି ରାଜ୍ୟ ସରକାର ସେମାନଙ୍କ ବନ୍ଧ୍ୟାକରଣ କରିବା ସହ ଗଣନା କରି ମୁନିସିପାଲଟି ଗାଡ଼ି ଆସି ଉଠଇନେଉଅଛି ।ତାହେଲେ କାହିଁକି ଆମ ପୂଜନୀୟ ଗୋମାତା ଙ୍କ ସ୍ଵତନ୍ତ୍ର ନିୟମ ରେ ଗୋ ଅପ- ମୃତ୍ୟୁ କମା ଯାଇ ପାରିବ ନାହିଁ ବୋଲି କିଛି ଗୋ – ରକ୍ଷକ ପ୍ରଶ୍ନ ଉଠାଇଛନ୍ତି। ରାସ୍ତାଘାଟ ରେ ବୁଲୁଥିବା ଗାଈ ଗୋରୁମାନଙ୍କ ଯୋଗୁ ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାର ନଭେମ୍ବର ୨୦୨୫ ସୁଦ୍ଧା ୧୬ନଂ ଓ ୩୧୬ ନଂ ଜାତୀୟ ରାଜପଥ କୁ ଭ୍ରମଣକାରୀ ପଶୁମୁକ୍ତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ପଦକ୍ଷେପଗୁଡ଼ିକ ମଧ୍ୟରେ ଅବହେଳାକାରୀ ଗୋରୁ ମାଲିକମାନଙ୍କୁ ଦଣ୍ଡିତ କରିବା, ବାରମ୍ବାର ଅପରାଧ ପାଇଁ ଦଣ୍ଡ ବୃଦ୍ଧି କରିବା ଏବଂ ରାଜପଥରେ ବାଡ଼ ଏବଂ ଗୋରୁ ଗ୍ରୀଡ୍ ସ୍ଥାପନ କରିବା ଅନ୍ତର୍ଭୁକ୍ତ। ଭ୍ରାମ୍ୟମାଣ ପଶୁଚିକିତ୍ସା ୟୁନିଟ୍ ଏବଂ ଏନଜିଓ ଦ୍ୱାରା ନୂତନ ପଦକ୍ଷେପ ଗୁଡ଼ିକ ବୁଲୁଥିବା ପ୍ରାଣୀଙ୍କୁ ସୁରକ୍ଷିତ ଭାବରେ ଅଟକ ରଖିବା ଏବଂ ଆଶ୍ରୟ ଦେବା ଉପରେ ଧ୍ୟାନ ଦିଆଯାଇଛି। ଜିଲ୍ଲାରେ ହାତ ଗଣତି କିଛି ସରକାରୀ ପ୍ରୋହସ୍ଛନ ପ୍ରାପ୍ତ ଗୋଶାଳା ଥିବାବେଳେ ବେସରକାରୀ ଭାବେ ଅନେକ ବ୍ୟକ୍ତି ଓ ସଂଗଠନ ଗୋଶାଳା କରି ବୁଲା ଗାଈଗୋରୁ ରଖି ସେମାନଙ୍କ ଦାୟିତ୍ବ ନେଇଛନ୍ତି। କିନ୍ତୁ ଏହା ନଗଣ୍ୟ । ସରକାର ଆହୁରି ଅଧିକରୁ ଅଧିକ ଗୋଶାଳା ପ୍ରତିଷ୍ଠା କରିବା ସହିତ ରାସ୍ତାକୁ ଛାଡ଼ୁ ଥିବା ଗାଈଗୋରୁ ମାଲିକ ମାନଙ୍କ ଉପରେ ଆର୍ଥିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ଏହି ଅସୁବିଧା ଦୂରୀଭୂତ ହୋଇ ପାରନ୍ତା ବୋଲି ମତପ୍ରକାଶ ପାଇଛି ।